ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା, ଯୁବକ ଗିରଫ
ଜୟପୁର, ୦୨ ଜୁଲାଇ (ହି.ସ.) - ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ପରେ ପ୍ରତାରଣା କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ବୈପାରିଗୁଡା ପୁଲିସ। ଗିରଫ ଯୁବକ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆକଣା ଗ୍ରାମର ସୁରେନ୍ଦ୍ର ନାୟକ(
ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା, ଯୁବକ ଗିରଫ-


ଜୟପୁର, ୦୨ ଜୁଲାଇ (ହି.ସ.) - ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ପରେ ପ୍ରତାରଣା କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ବୈପାରିଗୁଡା ପୁଲିସ। ଗିରଫ ଯୁବକ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆକଣା ଗ୍ରାମର ସୁରେନ୍ଦ୍ର ନାୟକ(୩୩) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ବୈପାରିଗୁଡା ଅଂଚଳର ଜଣେ ଯୁବତୀଙ୍କ ସହ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆକଣା ଗ୍ରାମର ସୁରେନ୍ଦ୍ର ନାୟକଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ସେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ପରେ ବିବାହ କରିବାକୁ ଅସ୍ୱୀକାର କରିବା ସହ ଯୁବତୀଙ୍କୁ ଏଡ଼ାଇ ଚାଲିଥିଲେ। ଏହାପରେ ପୀଡ଼ିତା ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି ବୈପାରିଗୁଡା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ବେଙ୍ଗାଲୁରୁରେ ଥିବା ସୂଚନା ମିଳିବା ପରେ ବୈପାରିଗୁଡା ଥାନା ଏସଆଇ ସଞ୍ଜୀବ ବେହେରାଙ୍କ ସହ ଏକ ଟିମ୍ ସେଠାକୁ ଯାଇ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ବୈପାରିଗୁଡାକୁ ଆଣି କେଶ୍ ନମ୍ବର ୧୪୧/୨୦୨୬ ରେ କୋର୍ଟ ଚାଲାଣ କରାଯାଇଛି। ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande