ଫିଲ୍ମ ସୁଟିଂ ପାଇଁ ଡାକ୍ତରଖାନାରେ ରୋଗୀ ସେବା ବନ୍ଦ, ଅସନ୍ତୋଷ
ଭଦ୍ରକ, ୨ ଜୁଲାଇ (ହି.ସ.) - ଏହି ଜିଲାର ବାସୁଦେବପୁର ଇରମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫିଲ୍ମ ସୁଟିଂ ପାଇଁ ରୋଗୀ ସେବା ଠପ ହୋଇଛି। ଡ଼ାକ୍ତର ଖାନା ପରିସରକୁ ଦଉଡିରେ ଘେରାଉ କରାଯାଉଥିବା ଓ ମୁଖ୍ୟ ଦ୍ୱାରକୁ ବଡ଼ ବଡ଼ ହୋଡିଂରେ ବନ୍ଦ କରାଯାଇଥିରୁ ରୋଗୀ ଭିତରକୁ ଯାଇ ନପାରି ନିରାଶରେ ଫେରିଥ
FILM SHOOTING, ROGI SEVA BANDH


ଭଦ୍ରକ, ୨ ଜୁଲାଇ (ହି.ସ.) - ଏହି ଜିଲାର ବାସୁଦେବପୁର ଇରମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫିଲ୍ମ ସୁଟିଂ ପାଇଁ ରୋଗୀ ସେବା ଠପ ହୋଇଛି। ଡ଼ାକ୍ତର ଖାନା ପରିସରକୁ ଦଉଡିରେ ଘେରାଉ କରାଯାଉଥିବା ଓ ମୁଖ୍ୟ ଦ୍ୱାରକୁ ବଡ଼ ବଡ଼ ହୋଡିଂରେ ବନ୍ଦ କରାଯାଇଥିରୁ ରୋଗୀ ଭିତରକୁ ଯାଇ ନପାରି ନିରାଶରେ ଫେରିଥିଲା ଏଭଳି ଘଟଣାକୁ ନେଇ କେତେକ ସଚେତନ ନାଗରିକ କ୍ଷଭୋ ପ୍ରକାଶ କରିଥିବା ବେଳେ କିଏ, କାହିଁକି ଫିଲ୍ମ ସୁଟିଂ ପାଇଁ ଅନୁମତି ଦେଲ ପ୍ରଶ୍ନ କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ଫ୍ଲିମ ସୁଟିଂ ପାଇଁ ବିଭିନ୍ନ ଉପକରଣ ବସିଥିଲା। ସୁଟିଂ ସେଟରେ ସାମିଲ କର୍ମଚାରୀବି ଉପସ୍ଥିତ ରହିଥିଲେ। ପାଖରେ ଏକ ସରକାରୀ ହସ୍ପିଟାଲ ଲେଖାଥିବା ଭେନବି ଠିଆ ହୋଇଥିଲା। ଫିଲ୍ମ ସୁଟିଂ ହେଉଥିବାରୁ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ଚଳଚ୍ଚିତ୍ର ଜଗତର ନାମୀ ଦାମୀ କଳା କାରଙ୍କୁ ପାଖରୁ ଦେଖିବାକୁ ସ୍ଥାନୀୟ ଲୋକ ବେଶ ଉତ୍ସାହିତ ଥିଲେ। ହେଲେ ଡାକ୍ତର ଖାନାକୁ ଆସୁଥିବା ରୋଗୀଙ୍କୁ ଭିତରକୁ ନଯିବାକୁ ଅପସ୍ଥିତ କର୍ମଚାରୀ ବାରଣ କରିଥିଲେ। ଚିକିତ୍ସା ସେବା ପାଇଁ ଆସିଥିବା ରୋଗୀ ନିରାଶରେ ଫେରିଥିଲେ। ଏଭଳି ଘଟଣାକୁ ରୋଗୀ ଓ ସଂପର୍କୀୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣା ଜାଣି ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ଥାନୀୟ କେତେକ ଯୁବକ ବାରଣ କରିଥିଲେ। ଏହାକୁ ନେଇ ମଧ୍ୟ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। କେତେକ ଗଣ ମଧ୍ୟମ ପ୍ରତିନିଧି ଠିଆ ହୋଇଥିବା ସରକାରୀ ଗାଡି କେଉଁ ବିଭାଗର କର୍ମ ଚାରୀଙ୍କୁ ପ୍ରଶ୍ନ କରିବାରୁ ଚାଳକ ହାସ୍ୟ ଅଭିନେତା ପପୁଙ୍କୁ ସେଠାରୁ ନେଇ ପଳାଇ ଯାଇଥିଲେ। ତେବେ ଡାକ୍ତର ଖାନାରେ ରୋଗୀସେବା ବ୍ୟାହତ ହେବ ଆଉ ଫିଲ୍ମ ସୁଟିଂ ପାଇଁ ଡାକ୍ତରଖାନା ପରିସରକୁ କିଏ ଅନୁମତି ଦେଲା ପ୍ରଶ୍ନରେ ବାସୁଦେବପୁର ଡାକ୍ତର ଖାନାର ଭାରପ୍ରାପ୍ତ ମୁଖ୍ୟ ଚିକତ୍ସା ଅଧିକାରୀ ଡାକ୍ତର ଶୁସାନ୍ତ କୁମାର ସାମନ୍ତ କହିଛନ୍ତି, ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande