୬୫ ବର୍ଷର ଗୌରବମୟ ଐତିହ୍ୟକୁ ସ୍ମରଣ କଲା ଭିକମପାଲି ହାଇସ୍କୁଲ ପ୍ରତିଷ୍ଠା ଦିବସରେ ପୁରାତନ ଛାତ୍ରଙ୍କ ଶିକ୍ଷାର ବିକାଶ ପାଇଁ ସଂକଳ୍ପ
Foundation day observed
Foundation day observed


୬୫ ବର୍ଷର ଗୌରବମୟ ଐତିହ୍ୟକୁ ସ୍ମରଣ କଲା ଭିକମପାଲି ହାଇସ୍କୁଲ

ପ୍ରତିଷ୍ଠା ଦିବସରେ ପୁରାତନ ଛାତ୍ରଙ୍କ ଶିକ୍ଷାର ବିକାଶ ପାଇଁ ସଂକଳ୍ପ

ଝାରସୁଗୁଡ଼ା , 02 ଜୁଲାଇ (ହି.ସ.)ଝାରସୁଗୁଡ଼ା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଗ୍ରାମ ପଞ୍ଚାୟତ ସ୍ଥିତ ସର୍ବପୁରାତନ ଭିକମପାଲି ହାଇସ୍କୁଲର ୬୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି। ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଅଞ୍ଚଳରେ ଶିକ୍ଷାର ଆଲୋକ ବିତରଣ କରିଆସୁଥିବା ଏହି ଅନୁଷ୍ଠାନର ଗୌରବମୟ ଅଧ୍ୟାୟକୁ ସ୍ମରଣ କରିବା ସହ ବିଦ୍ୟାଳୟର ଭବିଷ୍ୟତ ବିକାଶ ପାଇଁ ସମସ୍ତେ ଏକାଠି ହେବାର ସଂକଳ୍ପ ନେଇଥିଲେ।

ଆରମ୍ଭରେ ନିମନ୍ତ୍ରିତ ଅତିଥି ମାନେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ମାର୍କଣ୍ଡ ମିଶ୍ର, ସ୍ୱର୍ଗତ ନରସିଂହ ପ୍ରସାଦ ସାଏ, ସ୍ୱର୍ଗତ ସାଲେଗ୍ରାମ ନାଏକ, ସ୍ୱର୍ଗତ ନକୁଳ ମିଶ୍ର ଓ ସ୍ୱର୍ଗତ ଗୌରୀ ଶଙ୍କର ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରିଥିଲେ। ପରେ ଛାତ୍ରୀ ମାନଙ୍କ ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ସ୍ଥାନୀୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ ସା ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ଶିକ୍ଷା,କ୍ରୀଡ଼ା ଓ ସାଂସ୍କୃତିକ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ।

ଜିଲ୍ଲା ପରିଷଦ ସଭ୍ୟ ତଥା ପୁରାତନ ଛାତ୍ର ସନତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଥମ ବ୍ୟାଚର ଛାତ୍ର ସନ୍ତୋଷ କୁମାର ବିଶ୍ୱାଳ ମୁଖ୍ୟ ଅତିଥି, ଲୋକନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ ରାମ ପଟେଲ, ଦୁଃଖୀଶ୍ୟାମ ପଟ୍ଟନାୟକ, ବିପିନ ବିହାରୀ ସାହୁ,ଝସକେତନ ସାହୁ ଓ ସୁଶିଲ ସାହୁ,ସୁନ୍ଦରଗଡ଼ ଜିଲ୍ଲା କେନ୍ଦୁଡିହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ବକ୍ତା ମାନେ ତାଙ୍କ ଅଭିଭାଷଣରେ ଶିକ୍ଷା ହେଉଛି ଜୀବନର ସବୁ ଠାରୁ ବଡ଼ ସମ୍ପଦ। ଛାତ୍ରଛାତ୍ରୀ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା, ପରିଶ୍ରମ ଓ ଅଧ୍ୟବସାୟକୁ ଜୀବନର ମୂଳମନ୍ତ୍ର କରି ଆଗକୁ ବଢ଼ିଲେ ସମାଜ ଓ ଦେଶର ଜଣେ ସୁନାଗରିକ ଭାବେ ପ୍ରତିଷ୍ଠିତ ହୋଇ ପାରିବେ ଏବଂ ବିଦ୍ୟାଳୟର ଗୌରବମୟ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଏହାର ସର୍ବାଙ୍ଗୀନ ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଜାରି ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସୂଚନାଯୋଗ୍ୟ ଯେ, ଭିକମପାଲି ହାଇସ୍କୁଲ ୧୯୬୨ ମସିହା ଜୁଲାଇ ୨ ତାରିଖ ଆଜିଭଳି ଦିନରେ ପ୍ରତିଷ୍ଠା ଲାଭ କରିଥିଲା। ତା,ପର ଠାରୁ ଏହି ବିଦ୍ୟାଳୟ ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀ ଶିକ୍ଷିତ କରି ସମାଜର ବିଭିନ୍ନ କ୍ଷେତ୍ରରେ ଯୋଗ୍ୟ ନାଗରିକ ଉପହାର ଦେଇ ଆସିଛି । ଅନ୍ତିମ ପର୍ଯ୍ୟାୟରେ ସମସ୍ତଙ୍କ ମିଳିତ ପ୍ରୟାସରେ ବିଦ୍ୟାଳୟକୁ ଆହୁରି ଉନ୍ନତିର ଶିଖରରେ ପହଞ୍ଚାଇବା ପାଇଁ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଥିଲେ । ପୁରାତନ ଛାତ୍ର ସଂସଦର ସଂପାଦକ ପୌଲସ୍ତ୍ୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମକୁ ପୂରାତନ ଛାତ୍ର ସଂସଦ ପକ୍ଷରୁ ପୌଲସ୍ତ୍ୟ ମେହେର, ମୁରଲୀଧର ବିଶ୍ୱାଳ, ରାମଚନ୍ଦ୍ର ମେହେର, ଠାକୁର ରାମ ସାହୁ, ଅଶ୍ୱିନୀ ପୂଜାରୀ, ସରୋଜ ନନ୍ଦ, ଭବାନୀ ଶଙ୍କର ମେହେର, ଦିଲ୍ଲୀପ ପଟେଲ, ସୌଦାନନ୍ଦ ମେହେର, ମହେନ୍ଦ୍ର କୁମାର ସାଏ, ପ୍ରିତମ ସିଂହ ଦେଓ,ଶ୍ୟାମ ସୁନ୍ଦର ବଞ୍ଜାରା, କୃଷ୍ଣଚନ୍ଦ୍ର ମେହେର, ଶୁଖୀଶ୍ୟାମ ପଟ୍ଟନାୟକ, ନିତ୍ୟାନନ୍ଦ ପସାୟତ ଙ୍କ ସମେତ ବହୁ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ପୁରାତନ ଛାତ୍ର ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande