
ଜୟପୁର, 02 ଜୁଲାଇ (ହି.ସ.)- କୋରାପୁଟ ଜିଲା ରେ ହଳ ଲଙ୍ଗଳ ବିନା ଚାଷ କାଯ୍ୟ ହୋଇ ପାରୁ ନଥିଲା । ବତ୍ତମାନ ଧିରେ ଧିରେ ହଜିବାକୁ ବସିଲାଣି ହଳ ଲଙ୍ଗଳ । ଆଉ ଦେଖିବାକୁ ମିଳୁ ନାହଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ସହିତ କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି । ଏହି ଅଧୁନିକ ପ୍ରଣାଳିକୁ କାଯ୍ୟକାରି କରିବାକୁ ବ୍ୟାଙ୍କ ସହାୟତାର ହାତ ମଧ୍ୟ ବଢାଉଛି । ଟ୍ରାକ୍ଟର, ପାୱାର ଟିଲର ଓ ଅନ୍ୟାନ୍ୟ ଆଧୁନିକ କୃଷି ଯନ୍ତ୍ରପାତି
କୃଷକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଫଳରେ, ପାରମ୍ପରିକ ହଳ ଲଙ୍ଗଳର ବ୍ୟବହାର ପୂର୍ବ ତୁଳନାରେ ବହୁ ପରିମାଣରେ କମିଯାଇଛି । ତଥାପି , କୋରାପୁଟ ଜିଲାର ମଳ ଅଞ୍ଚଳ ହୋଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଅନେକ କୃଷକ
ବଳଦ ସହାୟତାରେ ଚାଷବାସ କରୁଛନ୍ତି । ପାହାଡ଼ିଆ, ସଂକୀର୍ଣ୍ଣ ଜମି ଅବା ଯେଉଁ
ସ୍ଥାନରେ ଟ୍ରାକ୍ଟର ପହଞ୍ଚିବା ସମ୍ଭବ ହେଉନି, ଉପାନ୍ତ ଅଞ୍ଚଳ ସେଠାରେ ହଳ ଲଙ୍ଗଳ ହିଁ କୃଷକଙ୍କ ଏକମାତ୍ର ଭରସା ପାଲଟିଛି । ବଳଦ କେବଳ ଚାଷ କାମରେ ସହଯୋଗ କରେ ନାହିଁ, ବରଂ, ଏହାର ଗୋବର ଓ ମୂତ୍ର ଜୈବିକ ସାର ଏବଂ କୀଟନାଶକ ପ୍ରସ୍ତୁତିରେ ବହୁ ଉପଯୋଗୀ ସାଧିତ ହେଉଛି । ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ଯୋଗୁଁ ଜମିର ଉର୍ବରତା କମିଯାଉଥିବା ବେଳେ ଜୈବିକ ସାର ଜମିର ସ୍ୱାସ୍ଥ୍ୟ ସୁରକ୍ଷିତ ରଖିବା ସହ ପରିବେଶ ସନ୍ତୁଳନ ବଜାୟ ରଖିବାରେ ସହାୟକ ହେଉଛି । ସେଥିପାଇଁ,ବର୍ତ୍ତମାନ ଜୈବିକ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବା ସହ ହଳ ଲଙ୍ଗଳର ଗୁରୁତ୍ୱ ପୁଣିଥରେ ଅନୁଭବ କରାଯାଉଛି । ଆଧୁନିକ କୃଷି ଯନ୍ତ୍ରପାତି ସମୟ ଓ ଶ୍ରମ ସଞ୍ଚୟ କରୁଥିବା ସତ୍ତ୍ୱେ ଏହାର ଇନ୍ଧନ ଖର୍ଚ୍ଚ, ରକ୍ଷଣାବେକ୍ଷଣ ବ୍ୟୟ ଏବଂ ଛୋଟ କୃଷକଙ୍କ ପାଇଁ ଅର୍ôଥକ ବୋଝର କାରଣ ସାଜୁଛି । ଅନ୍ୟପକ୍ଷରେ, ବଳଦ ଦ୍ୱାରା ଚାଷ କଲେ ଖର୍ଚ୍ଚ କମ୍ ହେବା ସହ ପରିବେଶ ଉପରେ ପ୍ରଦୂଷଣର ପ୍ରଭାବ
ପଡୁନାହିଁ । ଏଣୁ, ଅନେକ କ୍ଷୁଦ୍ର ଓ ପ୍ରାନ୍ତିକ କୃଷକ ଆଜି ମଧ୍ୟ ପାରମ୍ପରିକ
ହଳ ଲଙ୍ଗଳକୁ ପ୍ରାଧାନ୍ୟ ଦେଉଛନ୍ତି । ଆଧୁନିକତାର ଏହାର ବ୍ୟବହାର କମିଥିଲେ ମଧ୍ୟ ଏହାର ଆବଶ୍ୟକତା, ଉପଯୋଗିତା ଓ ଗୁରୁତ୍ୱ ଆଜି ମଧ୍ୟ କୋରାପୁଟ ଜିଲ୍ଲା ର ଜୟପୁର, ଲମତାପୁଟ, ବୋରିଗୁମ୍ମା, କୋଟପାଡ଼ ରେ ଅକ୍ଷୁଣ୍ଣ ରହିଥିବା ଲକ୍ଷ୍ୟ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି