ଆସନ୍ତା ୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବାତିଲ
ଆସନ୍ତା ୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବାତିଲ
ଆସନ୍ତା ୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବାତିଲ

ଆସନ୍ତା ୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବାତିଲ

ସମ୍ବଲପୁର, ୦୨, ଜୁଲାଇ (ହି.ସ.)

ଆସନ୍ତା ୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମ୍ବଲପୁର ଗସ୍ତ ବାତିଲ ହୋଇଯାଇଛି ବୋଲି ଆଜି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରୀ ଶାହାଙ୍କ ଏହି ଗସ୍ତ ପାଇଁ ଜିଲ୍ଲା ଓ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ଆଜି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ଗସ୍ତ ବାତିଲ ସମ୍ପର୍କିତ ଚିଠି ପହଞ୍ଚିବା ପରେ ବିଧାୟକ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚିତ କରିଛନ୍ତି । ସୂଚନାଯୋଗ୍ୟ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ଗସ୍ତକାଳରେ ସମ୍ବଲପୁରରେ ବହୁ ରାସ୍ତାଘାଟର ନବୀକରଣ, ଉଦଘାଟନ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଘୋଷଣା ହେବାର ଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande