
କେନ୍ଦ୍ରାପଡା 02 ଜୁଲାଇ
(ହି.ସ.)ଆମ ପରିବେଶ କୁ ସନ୍ତୁଳନ କରିବା ଆମର କର୍ତ୍ତବ୍ୟ ଅଟେ । ପରିବେଶ ଓ ପ୍ରକୁତି ର ସନ୍ତୁଳନ ଠିକ ରହିଲେ ଆମ ପରିବାର ସୁରକ୍ଷିତ ରହିବ । ସମ୍ପ୍ରତି ପରିବେଶ କୁ ସନ୍ତୁଳନ କରିବା ପାଇଁ ଓଡିଶା ସରକାର ଙ୍କ ପକ୍ଷରୁ ବନିକରଣ ସପ୍ତାହ ପାଳନ ପାଳନ ଚାଲିଛି । କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପରିବେଶ ର ସୁରକ୍ଷା ପାଇଁ ଭିନ୍ନ ଭିନ୍ନ ପ୍ରଚେଷ୍ଟା ରେ ସଚେତନତା କାର୍ୟ୍ୟକ୍ରମ କରି ସାଧାରଣ ଜନତା ଙ୍କ ପ୍ରିୟ ଭାଜନ ହୋଇପାରିଛି । ଏହି ବନିକରଣ ସପ୍ତାହ କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସତନ୍ତ୍ର କାଯ୍ୟକ୍ରମ ଭାବେ ନିଆଯାଇଛି । କାର୍ୟ୍ୟକ୍ରମ ର ନାଁ ରହିଛି ପିଲା ଙ୍କ ପାଇଁ ଗଛ ଟିଏ । ଏହି କାର୍ୟ୍ୟକ୍ରମ ରେ ପ୍ରତି ପରିବାର ର ମୁରବି ଙ୍କ ହାତ ରେ ତାଙ୍କ ଘର ର ଛୋଟ ପିଲା ଙ୍କ ନାମ ରେ ନାମକରଣ କରି ଗୋଟେ ଲେଖାଏଁ ଫଳ ଚାରା ପ୍ରଦାନ କରାଯାଇଛି । ଛୋଟ ପିଲା ଟି ଯେତିକି ଅମ୍ଳଜାନ ଗ୍ରହଣ କରିବ ଏହି ଗଛ ତାହା ପ୍ରଦାନ କରିବ, ଯାହା ପାଇଁ ଦୁଇ ଜଣ ପରିପୂରକ ଅଟନ୍ତି । ଯଦି ଗଛ ର ଯତ୍ନ ନ ନିଆଯାଏ ଓ ଗଛ ଟି ମରିଯାଏ ତେବେ ପିଲା ଟିର ଅନିଷ୍ଟ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସଚେତନତା କରାଯାଇଛି । ପିଲା ଙ୍କ ପାଇଁ ଗଛ ଟିଏ କାର୍ୟ୍ୟକ୍ରମ କୁ ଅଂଚଳବାସୀ ଗ୍ରହଣ କରିଛନ୍ତି । ଏହି କାର୍ୟ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ଗୁଣୁପୁର ପଟଣା ଗ୍ରାମ ରେ ଆୟୋଜନ ହୋଇଥିଲା । ଏହି କାର୍ୟ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି । ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ଉପଦେଷ୍ଟା ପ୍ରମୋଦ ନାୟକ, ଟ୍ରଷ୍ଟ ର ସଂସ୍କୃତି ବିଭଗୀୟ ଅଧିକାରୀ ସଞ୍ଜିପ ତରାଇ, ପିତାମ୍ବର ସ୍ୱାଇଁ, ବାବୁରାମ ତରାଇ ଓ ସୁରେନ୍ଦ୍ର ପରିଡା ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି