
କେନ୍ଦ୍ରାପଡା 02 ଜୁଲାଇ (ହି.ସ.)କେନ୍ଦ୍ରାପଡା ଚେସ ସଂଘ କୁ ବିରଳ ସଫଳତା ।
କେନ୍ଦ୍ରାପଡା: କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟ ଚେସ ଆସୋସିଏସନ୍ ( କେଡିସିଏ) ଜିଲ୍ଲା ତଥା ରାଜ୍ୟ ଚେସ ଖେଳ ଓ ଖେଳାଳି ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଦା ସର୍ବଦା ନେଇ ଆସିଥିବା ବେଳେ , ସଦ୍ୟ ସାରା ଓଡ଼ିଶା ରେ ଏକ ବିରଳ କୃତିତ୍ୱ ହାସଲ କରିବାରେ ସଫଳତା ହାସଲ କରିଛି। ସୂଚନା ଥାଉକି ଗତ ମେ ମାସ ୨୫ ଓ ୨୬ ତାରିଖ ରେ ଅଲ ଇଣ୍ଡିଆ ଚେସ୍ ଫେଡେରେସନ ଓ ଅଲ୍ ଓଡ଼ିଶା ଚେସ ଆସୋସିଏସନ୍ ଆନୁକୁଲ୍ୟ ରେ ଭୁବନେଶ୍ବର କିଟ୍ ବିଶ୍ୱବିଦ୍ୟାଳୟ ଠାରେ ଏକ ସର୍ବ ଭାରତୀୟ ୨ ଦିନିଆ ଜାତୀୟ ଆର୍ବିଟର ( ଚେସ ଅମ୍ପେୟାର )ଆଲୋଚନାଚକ୍ର ଓ ପରୀକ୍ଷା ଆୟୋଜିତ ହୋଇଥିଲା। ଏହି ପରୀକ୍ଷା ରେ କେଡିଶିଏ ର ଦୁଇ ଉପସଭାପତି ଅମରେଶ ସାହୁ ଏବଂ ଲଲାଟ କେଶରୀ ସାମଲ ଓ କୋଷାଧକ୍ଷ ନାରାୟଣ ଦାଶ ସଫଳତା ର ସହ ଉତ୍ତୀର୍ଣ୍ଣ ହେବା ସହ ଜାତୀୟ ଅର୍ବିଟର ହେବାର ବିରଳ ସଫଳତା ହାସଲ କରିପାରିଛନ୍ତି। ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ରୁ ସମ୍ପାଦକ ଭବେଶ ମହାନ୍ତି ୨୦୧୭ ମସିହା ରେ ଓ ପିଙ୍କି ମହାପାତ୍ର ୨୦୨୫ ମସିହା ରେ ଅନ୍ତର୍ଜାତୀୟ ଅର୍ବିଟର ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲେ। ସଦ୍ୟ ସଫଳ ହୋଇ ଥିବା ଏହି ତିନି ଜଣ ପ୍ରତିଭା ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁ ଥିବା ବେଳେ ଅନୁଷ୍ଠାନ ର ସଭାପତି କିଶୋର କୁମାର ପଣ୍ଡା ଓ ସମ୍ପାଦକ ତଥା ଅଲ୍ ଓଡ଼ିଶା ଚେସ ମହାସଂଘ ର ସହ ସମ୍ପାଦକ ଭବେଶ ମହାନ୍ତି ଅଭିନନ୍ଦନ ଜ୍ଞାପନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି