ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ବିମଳ ପ୍ରସାଦ ପରିଡ଼ାଙ୍କୁ ବିପୁଳ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, 02 ଜୁଲାଇ (ହି.ସ.) ଦୀର୍ଘ ପଚିଶି ବର୍ଷ ବିଭିନ୍ନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଶେଷରେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲିଆ ସ୍ଥିତ ଗଛ ମଙ୍ଗଳା ୟୁପି ସ୍କୁଲରୁ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ା ଅବସର ଗ୍ରହଣ
ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ବିମଳ ପ୍ରସାଦ ପରିଡ଼ାଙ୍କୁ ବିପୁଳ ସମ୍ବର୍ଦ୍ଧନା


କେନ୍ଦ୍ରାପଡା, 02 ଜୁଲାଇ (ହି.ସ.) ଦୀର୍ଘ ପଚିଶି ବର୍ଷ ବିଭିନ୍ନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଶେଷରେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲିଆ ସ୍ଥିତ ଗଛ ମଙ୍ଗଳା ୟୁପି ସ୍କୁଲରୁ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ା ଅବସର ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗଛ ମଙ୍ଗଳା ତାପସୀ ହାଇ ସ୍କୁଲର ସଭା କକ୍ଷରେ ସେବା ନିବୃତ୍ତ ୟୁପି ସ୍କୁଲ୍ ପ୍ରଧାନ ଶିକ୍ଷକ ବିମଳ ପ୍ରସାଦ ପରିଡ଼ା ଏବଂ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସିଦ୍ଧେଶ୍ୱର ରାଉତଙ୍କ ଉଦ୍ଦେଶ୍ୟରେ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ପରିଚାଳନା କମିଟି ଏବଂ ମହେଶ୍ବର ସ୍ଵାଇଁ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ଏବଂ ଚନ୍ଦ୍ର ଶେଖର ହାଇ ସ୍କୁଲର ବିଜ୍ଞାନ ଶିକ୍ଷକ ଆଦିକନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଫୋରଡ ଵାୟା ଆଶ୍ରମର ମହନ୍ତ ହୃଷୀକେଶ ଦାସ ମହାରାଜ, ମୁଖ୍ୟ ବକ୍ତା ଭାବେ ପଟ୍ଟାମୁଣ୍ଡାଇ ଜୀବନ ବୀମା ନିଗମର ମୁଖ୍ୟ ପରିଚାଳକ କବି ଅରୁଣ କୁମାର ବିଶ୍ୱାଳ ଏବଂ ସମ୍ମାନୀତ ଅତିଥି ଭାବରେ ଵାଵା ଅଦ୍ଵୈତ ଦାସ, ଶିକ୍ଷକ ନେତା ସରୋଜକାନ୍ତ ପାଈଟଲ, ବିଶ୍ୱ ଭୂଷଣ ମଲ୍ଲିକ ଏବଂ ମନୋଜ ନନ୍ଦ ଯୋଗଦେଇ ବିମଳ ପରିଡ଼ାଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ଆରମ୍ଭରେ ମା ଗଛ ମଙ୍ଗଳା, ବାବା ମଣି ଏବଂ ହନୁମାନ ଜୀଉଙ୍କ ପୂଜାର୍ଚ୍ଚନା କରାଯିବା ପରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ମହେଶ୍ବର ସ୍ଵାଇଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସଭା ପ୍ରାରମ୍ଭରେ ବିମଳ ପରିଡ଼ା ଏବଂ ନିରୁପମା ଜେନାଙ୍କ ନିର୍ଦ୍ଦେଶନାରେ ଭାବଗ୍ରାହୀ କଳା ନିକେତନ ଓ ରେଡିଓ ଭାବଗ୍ରାହୀର କଳାକାରମାନେ ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ପ୍ରସ୍ତୁତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ମହେଶ୍ବର ସ୍ଵାଇଁ ଚାରିଟେବୁଲ ଟ୍ରଷ୍ଟ, ରେଡିଓ ଭାବଗ୍ରାହୀ, ବିଭିନ୍ନ ଶିକ୍ଷକ ସଂଘ, ବାଲିଆ ଗ୍ରାମବାସୀ ଏବଂ ଏନ୍ କେ ମଡେଲ ୟୁପି ସ୍କୁଲ୍ କ୍ଲଷ୍ଟର ତରଫରୁ ଉଭୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରିଚାଳନା କମିଟି ସଭାପତି ସୁଧିର ଜେନା, ଟ୍ରଷ୍ଟ ସମ୍ପାଦକ ସୁବାସ ସ୍ବାଇଁ, ଗୋବର୍ଦ୍ଧନ ସ୍ଵାଇଁ, ଦମୟନ୍ତୀ ନାୟକ, ମଧୁସ୍ମିତା ଲେଙ୍କା, ସାରଥୀ, ବାସନ୍ତୀ ପାତ୍ର, ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡ଼ା, ଇଂଜିନିୟର ବିଶ୍ୱଜିତ ପରିଡ଼ା, ସୁଶ୍ରୀ ସଙ୍ଗୀତା ଜେନା, ବ୍ରଜ ସୁନ୍ଦର ଜେନା, କାଞ୍ଚନ ଵାଳା ନାୟକ, ପ୍ରଵଚକ ଵିକ୍ରମ ପରିଡ଼ା, ବିଜୟ ପରିଡା, ମମତା ପରିଡ଼ା, ସନ୍ତୋଷୀ ପରିଡ଼ା, ପ୍ରଦୀପ କୁମାର, ରଞ୍ଜନ ବରାଳ ପ୍ରମୁଖ କାର୍ୟ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତର ପ୍ରଦାନ ପୂର୍ବକ ବିମଳ ପରିଡ଼ା ଅକ୍ଷୟ ମହାନ୍ତିଙ୍କ କାଳଜୟୀ ସଙ୍ଗୀତ ପୁଣ୍ୟର ନଦୀ ତୀରେ ଏବଂ ଟୁଆ ଟୁଇ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାସନ୍ତୀ ମହାପାତ୍ର, ଟୁନ, ବାୟାଣୀ, ମୈ।ନାବତୀ ଖଟୁଆ, ପ୍ରମୋଦ ଖଟୁଆ, ସ୍ମୃତିରେଖା ପରିଡ଼ା, ଶ୍ବେତା ପ୍ରିୟଦର୍ଶିନୀ, ସୃଷ୍ଟି ପ୍ରିୟଦର୍ଶିନୀ, ପ୍ରତୀକ୍ଷା ନାୟକ , ବଳରାମ, ସ୍ମୃତି ରଞ୍ଜନ ବିଶ୍ୱାଳ, କୈଳାସ ପରିଡ଼ା, ରେଖାଞ୍ଜଳି ଜେନା, ରାଜୁ ସାହୁ, ପ୍ରଧାନ ଶିକ୍ଷକ ସୁଶାନ୍ତ ପଲାଇ, ପୂର୍ଣ୍ଣଚନ୍ଦ୍ର , ଗଜେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ବିମଳ ପରିଡ଼ା ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ଦେଇଥିଲେ। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭ୍ରଲିନ୍ ସ୍ଵାଇଁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande