
ମାଲକାନଗିରି , ୨ ଜୁଲାଇ (ହି.ସ.)କଇଁଛ ଚୋରା ଚାଲାଣ ସମ୍ପର୍କରେ ମିଳିଥିବା ସୂଚନା ଆଧାରରେ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ସହ ବନ କର୍ମଚାରୀମାନେ ବାଲିଗୁଡ଼ା ଛକରୁ ଖଇରପୁଟ ଅଭିମୁଖେ ଯାଉଥିବା ରାସ୍ତାରେ ଯାନବାହନ ଯାଞ୍ଚ କରିଥିଲେ। ଏହି ସମୟରେ ଆସୁଥିବା ଓଡି-୦୭ ଏ-୫୭୯୪ ୯୪ ନମ୍ବର ବିଶିଷ୍ଟ ଏକ ବାଇକକୁ ଅଟକାଇ ତଲାସି କରାଯାଇଥିଲା । ତଲାସି ବେଳେ ସେଥିରୁ ବେଆଇନ ଭାବେ ଚାଲାଣ କରାଯାଉଥିବା ୪୦ଟି କଇଁଛ ଉଦ୍ଧାର କରିଥିଲେ ବନ ବିଭାଗ ଟିମ୍। ଏହି ଘଟଣାରେ ବାଇକ୍ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଓର୍କେଲ ଥାନା ଅଧୀନ ସୋମନାଥପୁର ଅଞ୍ଚଳର ବୋଲି ଜଣାପଡିଛି। ଏହି ଘଟଣାରେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ , ୧୯୭୨ ଅନୁଯାୟୀ ବେଆଇନ ବନ୍ୟଜନ୍ତୁ ରଖିବା ଓ ଚାଲାଣ ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ