

ମାଲକାନଗିରି,୨ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଗତ ତିନି ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷା ଯୋଗୁଁ ମାନ୍ୟମକୋଣ୍ଡା ରୁ ସିତାପାଲି ଘାଟି ରାସ୍ତାରେ ପାହାଡ଼ ଧସି ମାଟି, ପଥର ଓ ବଡ଼ ବଡ଼ ଗଛ ରାସ୍ତା ଉପରେ ପଡ଼ିଛି। ଫଳରେ ସିତାପାଲି ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳ ସଡ଼କ ଯୋଜନାରେ ସିତାପାଲି ଦେଇ ଗୁଣ୍ଠାବେଡ଼ା ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଗତବର୍ଷ ଏହି ରାସ୍ତା ନିର୍ମାଣ ହୋଇଥିଲା! ତେବେ ରାସ୍ତା ପ୍ରଥମ ବର୍ଷାରେ ହିଁ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ପ୍ରଶାସନ କେବେ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବ, ସେଥିପ୍ରତି ସ୍ଥାନୀୟଙ୍କ ଗ୍ରାମବାସୀଙ୍କ ନଜର ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ