ଦାଦନ ନ ଯାଇ, ପାଠ ପଢିବାକୁ କହିବାରୁ ଆତ୍ମହତ୍ୟା କଲା ନାବାଳିକା
Minor Girl commits suicide refusing for higher education
ଦାଦନ ନ ଯାଇ, ପାଠ ପଢିବାକୁ କହିବାରୁ ଆତ୍ମହତ୍ୟା କଲା ନାବାଳିକା


କନ୍ଧମାଳ , ୦୨ ଜୁଲାଇ (ହି.ସ.) - କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଂଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ ରାଜି ନ ହେବା ସହ ବାହାରକୁ ରୋଜଗାର କରିବାକୁ ଯିବାକୁ ଅଡ଼ି ବସିଥିଲେ। ଏଥିରେ ପରିବାର ଲୋକ ରାଜି ନହେବାରୁ ନାବାଳିକା ଜଣଙ୍କ ନେଲେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ। ଏଭଳି ଘଟଣା ଘଟିଛି ଦାରିଙ୍ଗବାଡି ଥାନା ଅଂଚଳର ବୁଡାଙ୍ଗପିପିଲି ଗ୍ରାମରେ। ଗ୍ରାମର ଅମିନ ପ୍ରଧାନଙ୍କ ଝିଅ ପୂର୍ଣ୍ଣିମା (୧୭) ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ସୁତ୍ରରୁ ଜଣାପଡିଛି । ସେ ଦେଇଥିବା ସୂଚନା ଅନୁଯାୟୀ ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଘର ଲୋକ ପାଠପଢା କଥା କହିବାରୁ ସେ ବିରୋଧ କରି ବୁଧବାର ରାତ୍ରିଠାରୁ ଘରୁ ବାହାରି ପଳାଇଥିଲେ ଗୁରୁବାର ସକାଳୁ ଘର ଠାରୁ କିଛି ଦୂରରେ ଏକ ପିଜୁଳି ଘଛରେ ଦଉଡି ସାହାଯ୍ୟରେ ଝୁଲି ଆତ୍ମହତ୍ୟା କରିଥିଲେ। ପରିବାର ପକ୍ଷରୁ ମୃତକଙ୍କ ଭାଇ ଇସାକ ପ୍ରଧାନ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ୧୦ /୨୬ ରୁଜୁ କରି ମୃତ ଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande