ରାୟପୁର ଘରୋଇ ହସ୍ପିଟାଲରୁ ମୁକୁଳିଲେ ବନ୍ଧକ ରୋଗୀ
ରାୟପୁର ଘରୋଇ ହସ୍ପିଟାଲରୁ ମୁକୁଳିଲେ ବନ୍ଧକ ରୋଗୀ
ରାୟପୁର ଘରୋଇ ହସ୍ପିଟାଲରୁ ମୁକୁଳିଲେ ବନ୍ଧକ  ରୋଗୀ


ରାୟପୁର ଘରୋଇ ହସ୍ପିଟାଲରୁ ମୁକୁଳିଲେ ବନ୍ଧକ  ରୋଗୀ


ସମ୍ବଲପୁର,୦୨, ଜୁଲାଇ (ହି.ସ.) କିଛି ଦଲାଲଙ୍କ ପ୍ରଲୋଭନରେ ପଡ଼ି ରାୟପୁରର ଏକ ଘରୋଇ ହସ୍ପିଟାଲରେ ବନ୍ଧକ ରହିଥିବା ରୋଗୀଙ୍କୁ ଶେଷରେ ମୁକ୍ତ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବରୋଡିହି ଗ୍ରାମର ମହାରୋଗା କ୍ରିଷାଣୀ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ବୁର୍ଲା ଭୀମସାରରୁ ଜଣେ ଦଲାଲଙ୍କ ପ୍ରଲୋଭନରେ ପଡ଼ି ରାୟପୁରର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ।

ସେଠାରେ ଚିକିତ୍ସା ନାମରେ ତାଙ୍କଠାରୁ ଏକ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରାଯାଇଥିବା ବେଳେ ଆହୁରି ଦେଢ଼ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଦାବି ମୁତାବକ ଟଙ୍କା ଦେଇ ନ ପାରିବାରୁ ରୋଗୀଙ୍କୁ ଛାଡ଼ି ନ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଗତକାଲି ରୋଗୀଙ୍କ ସ୍ତ୍ରୀ ହୁସୁମେ ପୋଲିସ ଫାଣ୍ଡିରେ ଅଭିଯୋଗ କରିଥିଲେ। ଘଟଣାଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ମୁକ୍ତ କରିଥିବା ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande