ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଭାବେ ପିନାକୀ ପଟନାୟକଙ୍କ କାର୍ଯ୍ୟଭାର ଗ୍ରହଣ
ଭୁବନେଶ୍ୱର, ୦୨ ଜୁଲାଇ (ହି.ସ.)- ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଲୋକସେବା ଭବନ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷଠାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ତଥା ସ୍ୱାଗତ ସମାରୋହ ଆୟୋଜିତ ହୋଇଯାଇଛି ।ମୁଖ୍ୟ ଶାସନ ସଚିବଙ୍କ ଓଏସଡି କଲ୍ୟାଣ କୁମାର ରଥଙ୍କ ସରକାରୀ ସେବାରୁ ସ୍ୱେଚ
tyiy7


ଭୁବନେଶ୍ୱର, ୦୨ ଜୁଲାଇ (ହି.ସ.)- ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଲୋକସେବା ଭବନ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷଠାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ତଥା ସ୍ୱାଗତ ସମାରୋହ ଆୟୋଜିତ ହୋଇଯାଇଛି ।ମୁଖ୍ୟ ଶାସନ ସଚିବଙ୍କ ଓଏସଡି କଲ୍ୟାଣ କୁମାର ରଥଙ୍କ ସରକାରୀ ସେବାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ ସହ ନବନିଯୁକ୍ତ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ପିନାକୀ ପଟନାୟକଙ୍କୁ ସ୍ୱାଗତ କରାଯାଇଛି ।

ଶ୍ରୀ ରଥ ଦୀର୍ଘ ବର୍ଷ ଧରି ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରଶାସନିକ ଦାୟିତ୍ୱ ସଫଳତାର ସହ ନିର୍ବାହ କରିବା ପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଭାବେ ମଇ ୨୦୨୩ ଠାରୁ କାର୍ଯ୍ୟରତ ଥିଲେ । ସରକାରୀ ସେବାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପରେ ସେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଗଣ ଶ୍ରୀ ରଥଙ୍କ ନେତୃତ୍ୱ, ଦୂରଦର୍ଶିତା ଏବଂ ଉଚ୍ଚକୋଟୀର ସମନ୍ୱୟ କ୍ଷମତାକୁ ଭୂୟସୀ ପ୍ରଶଂସା କରିବା ସହ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନାକୁ ସେ ଅଧିକ ସୁଦୃଢ଼ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ଶ୍ରୀ ରଥଙ୍କ ନୂତନ ଦାୟିତ୍ୱ ସଫଳ ଓ ଗୌରବମୟ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ ।

ସେହିପରି, ଆଜିଠାରୁ ମୁଖ୍ୟ ଶାସନ ସଚିବଙ୍କ ନୂତନ ଓଏସଡି ଭାବେ ଯୋଗଦାନ କରିଥିବା ପିନାକୀ ପଟନାୟକଙ୍କୁ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସାଦର ସ୍ୱାଗତ କରାଯାଇଥିଲା । ଉପସ୍ଥିତ ଅଧିକାରୀମାନେ ଶ୍ରୀ ପଟନାୟକଙ୍କୁ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଥିଲେ । ଶ୍ରୀ ପଟନାୟକ ସମ୍ପ୍ରତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଅତିରିକ୍ତ ଶାସନ ସଚିବ ଏବଂ ଓଡ଼ିଶା ସ୍କିଲ୍ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷଙ୍କ ଓଏସଡି ଭାବେ କାର୍ଯ୍ୟରତ ଥିଲେ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଶ୍ରୀ ଦେବେନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande