
ଖୋର୍ଦ୍ଧା, 02 ଜୁଲାଇ (ହି.ସ.)
ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ପୋଷଣ ଅଭିଯାନ, ଓଜନ ଉତ୍ସବ-୨୦୨୬-୨୭ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ବୈଠକରେ ସଂଯୋଜନା କରିଥିଲେ l ଏଥି ସହ ଶ୍ରୀମତୀ ପ୍ରହରାଜ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି ସୁପରଭାଇଜର, ଶିଶୁ କଲ୍ୟାଣ ପ୍ରକଲ୍ପ ଅଧିକାରୀ ମାନଙ୍କ ସହ ଚଳିତ ଜୁଲାଇ ୧ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୦ ରୁ ୦୬ ବର୍ଷର ଶିଶୁ ମାନଙ୍କ ଓଜନ ଉତ୍ସବର ବିସ୍ତୃତ କାର୍ଯ୍ୟାବଳୀ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ଓଜନ ଉତ୍ସବ ଚଳିତ ଜୁଲାଇ ମାସ ୧ ରୁ ୨୫ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ବିଭିନ୍ନ ସହଯୋଗୀ ବିଭାଗର ସହଭାଗିତାରେ ଆୟୋଜନ କରାଯିବ l ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପିତାମାତା, ଶିଶୁର ଯତ୍ନ ନେଉଥିବା ବ୍ୟକ୍ତି ବିଶେଷ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ନିଜ ଶିଶୁର ଓଜନ ଏବଂ ଉଚ୍ଚତା ମାପ କରାଇବେ l ଉତ୍ସବରେ ଶିଶୁର ପୋଷଣ ସ୍ଥିତି ଚିହ୍ନଟ ହେବା ପରେ ଆବଶ୍ୟକ ଚିକିତ୍ସା କିମ୍ବା ଗୋଷ୍ଠୀ ସ୍ତରରେ ଯତ୍ନ ଅଙ୍ଗନୱାଡ଼ି ସୁପରଭାଇଜର ଙ୍କ ମାଧ୍ୟମରେ ଗ୍ରହଣ କରାଯିବ l ବାଦ ପଡ଼ିଯାଇଥିବା ତଥା ଅପହଞ୍ଚ କିମ୍ବା ଦୁର୍ଗମ ଅଞ୍ଚଳର ଶିଶୁ ମାନଙ୍କ ଶତ ପ୍ରତିଶତ ଓଜନ ଏବଂ ଉଚ୍ଚତା ଆକଳନକୁ ସୁନିଶ୍ଚିତ କରାଯିବା ଏହି ମହତ୍ କାର୍ଯ୍ୟର ଲକ୍ଷ ଅଟେ ବୋଲି ବୈଠକର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ପ୍ରକାଶ କରି କାର୍ଯ୍ୟରେ ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀ,ସୁପରଭାଇଜର, ଶିକ୍ଷା ବିଭାଗ, ସ୍ଵାସ୍ଥ୍ୟ ବିଭାଗ ସମସ୍ତେ ନିଷ୍ଠାପର ଭାବେ ସେବା ପ୍ରଦାନ କରି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶିଶୁ ମାନଙ୍କ ସୁସ୍ଥ ଶରୀର ଗଠନ
ଦିଗରେ ଉତ୍ସର୍ଗୀ କୃତ ଯୋଗଦାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଜନସାଧାରଣ ମାନେ ପୋଲିସ ହେଲ୍ପ ଲାଇନ ୧୧୨, ମହିଳା ହେଲ୍ପଲାଇନ ୧୮୧ ଏବଂ ଶିଶୁ ହେଲ୍ପ ଲାଇନ ୧୦୯୮ ରେ ଯୋଗାଯୋଗ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ l ଏଠାରେ ପ୍ରକାଶ ଥାଉକି ଗଭୀର ଭାବରେ ବୃଦ୍ଧିରେ ପ୍ରଭାବ ପଡ଼ିଥିବା ୩୩୧୦ ଶିଶୁ ମାନଙ୍କର ଅଗ୍ରାଧିକାର ଭିତ୍ତିରେ ସର୍ଭେ କରାଯିବ l ସେହିପରି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଜିଲ୍ଲାସ୍ତରୀୟ ସଂଶୋଧିତ ପରିବର୍ଦ୍ଧିତ ଖାଦ୍ୟ ତାଲିକା ଖର୍ଚ୍ଚ ନିୟମ ଉପରେ ପୁଙ୍ଖାନୁପୁଙ୍ଖ ବକ୍ତବ୍ୟ ପ୍ରଦାନ କରିଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଉପ ପରିଚାଳିକା , ପରିବର୍ଦ୍ଧିତ ଶିଶୁ ଯତ୍ନ, ରୋଜାଲିନ ମହାପାତ୍ର, କାର୍ଯ୍ୟକ୍ରମ ପରିଚାଳିକା ସୌଦାମିନୀ ଦାଶ, ଅନୁପମା ଭୋଇ, ଦେବକୀ ସାହୁ ଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି ସୁପରଭାଇଜର ଓ ଶିଶୁ ବିକାଶ ପ୍ରକଳଅଧିକାରୀ ମାନେ ଯୋଗ ଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ