ରୋଟାରୀ କ୍ଲବ୍ ଭଦ୍ରକ ପକ୍ଷରୁ ସେବାମୂଳକ କାର୍ଯ୍ୟକ୍ରମ
ଭଦ୍ରକ, ୨ ଜୁଲାଇ (ହି.ସ.) - ନୂତନ ରୋଟାରୀ ବର୍ଷର ପ୍ରଥମ ଦିବସରେ ରୋଟାରୀ କ୍ଲବ୍ ଭଦ୍ରକ ପକ୍ଷରୁ ପ୍ରଥମ ମହିଳା ସଭାପତି ରୋ. ସାୟନ୍ତା ସୌରମାଳିନୀ ସାହୁଙ୍କ ନେତୃତ୍ୱରେ ଦିନବ୍ୟାପୀ ବିଭିନ୍ନ ସେବାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ରୋଟାରୀ ଗଭର୍ଣ୍ଣର ରୋ. ଇ
ROTARY CLUB BHADRAK PROGRAMME


ଭଦ୍ରକ, ୨ ଜୁଲାଇ (ହି.ସ.) - ନୂତନ ରୋଟାରୀ ବର୍ଷର ପ୍ରଥମ ଦିବସରେ ରୋଟାରୀ କ୍ଲବ୍ ଭଦ୍ରକ ପକ୍ଷରୁ ପ୍ରଥମ ମହିଳା ସଭାପତି ରୋ. ସାୟନ୍ତା ସୌରମାଳିନୀ ସାହୁଙ୍କ ନେତୃତ୍ୱରେ ଦିନବ୍ୟାପୀ ବିଭିନ୍ନ ସେବାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ରୋଟାରୀ ଗଭର୍ଣ୍ଣର ରୋ. ଇନ୍ଦ୍ରଜିତ ସାହୁ ଏବଂ କ୍ଲବ୍ର ସଦସ୍ୟମାନେ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ରାଖଲ ଚନ୍ଦ୍ର ଦାସ ଓ ସଦସ୍ୟ ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରୋ. ପ୍ରମୋଦ ଜେନାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ପରେ ରୋ. ବୈରାଗୀ ଧଳଙ୍କ ସଂଯୋଜନାରେ ରାମକୃଷ୍ଣ ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯାଇଥିବାବେଳେ ରୋ. ସୀତାକାନ୍ତ ଦାସଙ୍କ ତତ୍ୱାବଧାନରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଜାତୀୟ ଡାକ୍ତର ଦିବସ ଅବସରରେ ଆଇଏମଏ ସଭାଗୃହରେ ଆୟୋଜିତ ସଭାରେ ଜିଲ୍ଲା ଆଇଏମଏ ସଭାପତି ଡା. ରବୀନ୍ଦ୍ର କୁମାର ନାୟକ ସଭାପତିତ୍ୱ କରିଥିଲେ। ଏଥିରେ ଆଇଏମଏ ରାଜ୍ୟ ସଭାପତି ଡା. ହରେକୃଷ୍ଣ ନାୟକ, ରାଜ୍ୟ ସମ୍ପାଦକ ଡା. ରଞ୍ଜିତ ଖଟୁଆ, କୋଷାଧ୍ୟକ୍ଷ ଡା. ଝସକେତନ ମହାନ୍ତି, ରୋଟାରୀ କ୍ଲବ୍ର ଉପସଭାପତି ରୋ. ପ୍ରଣବ କୁମାର ସାହୁ ଏବଂ ଡା. ସୁଧୀରଞ୍ଜନ ନାୟକ ଉପସ୍ଥିତ ଥିଲେ। ବକ୍ତାମାନେ ଡାକ୍ତରମାନଙ୍କ ସେବାଭାବ ଓ ସମାଜ ପ୍ରତି ସେମାନଙ୍କ ଅବଦାନର ପ୍ରଶଂସା କରିଥିଲେ। ଶେଷରେ ବିଶିଷ୍ଟ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ନପୂର୍ଣ୍ଣା ଦିବସ ଅବସରରେ ରୋ. ମାଙ୍ଗିଲାଲ ବଳଦେୱାଙ୍କ ସଂଯୋଜନାରେ ଚରମ୍ପା ମିଶନ ପବ୍ଲିକ ସ୍କୁଲ ପରିସରରେ ଅସହାୟ ଓ ଦରିଦ୍ର ଲୋକଙ୍କୁ ମଧ୍ୟାହ୍ନ ଭୋଜନ ବଂଟନ କରାଯାଇଥିଲା। ସନ୍ଧ୍ୟାରେ ରୋଟାରୀ ଭବନରେ ଚାର୍ଟାର୍ଡ ଆକାଉଂଟାଂଟ ଦିବସ ପାଳିତ ହୋଇଥିଲା। ରୋ. ବିଚିତ୍ରାନନ୍ଦ ଦାସ, ରୋ. ବସନ୍ତ କୁମାର ପାଣିଗ୍ରାହୀ ଏବଂ ଡା. ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କ ସଂଯୁକ୍ତ ସଂଯୋଜନାରେ ଆୟୋଜିତ ସଭାରେ କ୍ଲବ୍ ସଭାପତି ରୋ. ସାୟନ୍ତା ସୌରମାଳିନୀ ସାହୁ ସଭାପତିତ୍ୱ କରିଥିଲେ। ବରିଷ୍ଠ ରୋଟରିଆନ ରୋ. ବିଜୟ କୁମାର ସାହୁ ଚାର୍ଟାର୍ଡ ଆକାଉଂଟାଂଟମାନଙ୍କ ସାମାଜିକ ଓ ଆର୍ôଥକ କ୍ଷେତ୍ରରେ ଅବଦାନ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ଚାର୍ଟାର୍ଡ ଆକାଉଂଟାଂଟମାନଙ୍କୁ ଉତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଶେଷରେ ଦିନବ୍ୟାପୀ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିବା ସମସ୍ତ ଚେୟାରମ୍ୟାନଙ୍କୁ ସଭାପତିଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ରୋ. ଗୟାଧର ପଣ୍ଡା, ରୋ. ସନ୍ତୋଷ କୁମାର ନାୟକ, ରୋ. ନାସିର ବକ୍ସ, ରୋ. ଉମାକାନ୍ତ ଜେନା, ରୋ. ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ରୋ. ଅଭିଜିତ୍ ନାୟକ, ରୋ. ଅଜିତ୍ ଅଗ୍ରୱାଲ, ରୋ. ସୌଭାଗ୍ୟ ରଞ୍ଜନ ବଳ ,ରଞ୍ଜନ ଅଗ୍ରୱାଲ ଏବଂ ରୋ. ରୋହିତ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande