ଜାତୀୟ ରାଜପଥ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ.ବି ଏମ୍ ଏମ୍   ଓ ଗ୍ରାମବାସୀଙ୍କ ଦାବିପତ୍ର
ବଲାଙ୍ଗିର, 02 ଜୁଲାଇ (ହି.ସ.) ପୁଇଁନ୍ତଲା ବ୍ଲକ ଲଖପାଲି ଗ୍ରାମର ମୁଖ୍ୟ ରାସ୍ତା ଜାତୀୟ ରାଜପଥ ବାଇପାସ କାମ ପାଇଁ ଯାଉଥିବା ଭାରୀ ଟ୍ରକ ଓ ଡମ୍ପର ଯୋଗୁଁ ସମ୍ପୂର୍ଣ୍ଣ କାଦୁଅମୟ ହୋଇପଡ଼ିଛି। ଆଜି ଭାରତ ମୁକ୍ତି ମୋର୍ଚା ବଲାଙ୍ଗୀର ସଭାପତି ସରୋଜ କୁମାର ମେଶ୍ୱା ଓ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ
*ଜାତୀୟ ରାଜପଥ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ.ବି ଏମ୍ ଏମ୍   ଓ ଗ୍ରାମବାସୀଙ୍କ ଦାବିପତ୍ର*


*ଜାତୀୟ ରାଜପଥ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ.ବି ଏମ୍ ଏମ୍   ଓ ଗ୍ରାମବାସୀଙ୍କ ଦାବିପତ୍ର*


*ଜାତୀୟ ରାଜପଥ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ.ବି ଏମ୍ ଏମ୍   ଓ ଗ୍ରାମବାସୀଙ୍କ ଦାବିପତ୍ର*


ବଲାଙ୍ଗିର, 02 ଜୁଲାଇ (ହି.ସ.) ପୁଇଁନ୍ତଲା ବ୍ଲକ ଲଖପାଲି ଗ୍ରାମର ମୁଖ୍ୟ ରାସ୍ତା ଜାତୀୟ ରାଜପଥ ବାଇପାସ କାମ ପାଇଁ ଯାଉଥିବା ଭାରୀ ଟ୍ରକ ଓ ଡମ୍ପର ଯୋଗୁଁ ସମ୍ପୂର୍ଣ୍ଣ କାଦୁଅମୟ ହୋଇପଡ଼ିଛି। ଆଜି ଭାରତ ମୁକ୍ତି ମୋର୍ଚା ବଲାଙ୍ଗୀର ସଭାପତି ସରୋଜ କୁମାର ମେଶ୍ୱା ଓ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ତୁରନ୍ତ ପ୍ରତିକାର ଦାବି କରିଛନ୍ତି।

ବର୍ଷା ଯୋଗୁଁ ରାସ୍ତା ଗଭୀର କାଦୁଅରେ ପରିଣତ ହେବାରୁ ସ୍କୁଲ ପିଲା, ରୋଗୀ, ବୃଦ୍ଧ ଓ ଗର୍ଭବତୀ ମହିଳା ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଆମ୍ବୁଲାନ୍ସ ବି ଯାଇପାରୁନି। କୃଷିଜାତ ଦ୍ରବ୍ୟ ବଜାରକୁ ଯାଇପାରୁନଥିବାରୁ ଜୀବିକା ପ୍ରଭାବିତ ହୋଇଛି।

ଗ୍ରାମବାସୀ ବାରମ୍ବାର ଠିକାଦାର ଓ NH ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।

*ଦାବି:* ୧. ରାସ୍ତାରେ ମୋରମ/ମେଟାଲ ପକାଇ ତୁରନ୍ତ ଚଳନଯୋଗ୍ୟ କରାଯାଉ, ୨. ଭାରୀ ଯାନ ପାଇଁ ବୈକଳ୍ପିକ ରାସ୍ତା ବ୍ୟବସ୍ଥା ହେଉ, ୩. ସ୍ଥାୟୀ ସମାଧାନ କରାଯାଉ।

ତୁରନ୍ତ ପଦକ୍ଷେପ ନ ହେଲେ ଗଣତାନ୍ତ୍ରିକ ଆନ୍ଦୋଳନ ହେବ ବୋଲି ସରୋଜ ମେଶ୍ୱା ଚେତାବନୀ ଦେଇଛନ୍ତି। ଦାବିପତ୍ରର ନକଲ ଉପ-ଜିଲ୍ଲାପାଳ, NH ଯନ୍ତ୍ରୀ, ବିଡିଓ ଓ ଥାନାକୁ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande