ମାଲକାନଗିରି ଜିଲ୍ଲାରେ ଭି.ବି.ଜି. ରାମ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ଓ ଭିତ୍ତିଭୂମି ବିକାଶକୁ ମିଳିବ ବେଗ
ମାଲକାନଗିରି , ୨ ଜୁଲାଇ (ହି.ସ.)ସମଗ୍ର ଦେଶ ସହିତ ଆଜି ମାଲକାନଗିରି ଜିଲ୍ଲାରେ ଭାରତ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଭି.ବି.ଜି. ରାମ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନଠାରେ ଅତ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଥିଲା।ମାଲକାନଗିରି ଜିଲ୍ଲାପାଳ
ମାଲକାନଗିରି ଜିଲ୍ଲାରେ ଭି.ବି.ଜି. ରାମ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ଓ ଭିତ୍ତିଭୂମି ବିକାଶକୁ ମିଳିବ ବେଗ


ମାଲକାନଗିରି ଜିଲ୍ଲାରେ ଭି.ବି.ଜି. ରାମ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ଓ ଭିତ୍ତିଭୂମି ବିକାଶକୁ ମିଳିବ ବେଗ


ମାଲକାନଗିରି , ୨ ଜୁଲାଇ (ହି.ସ.)ସମଗ୍ର ଦେଶ ସହିତ ଆଜି ମାଲକାନଗିରି ଜିଲ୍ଲାରେ ଭାରତ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଭି.ବି.ଜି. ରାମ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନଠାରେ ଅତ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଥିଲା।ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ମାନ୍ୟବର ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ମାଣିକଲାଲ ଚକ୍ରବର୍ତ୍ତୀ, ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ବହୁ ସଂଖ୍ୟକ ଶ୍ରମିକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ ଏହି ଯୋଜନା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ ବରଂ ମାଲକାନଗିରିର ପ୍ରତ୍ୟେକ ଗ୍ରାମୀଣ ପରିବାରର ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପାଇଁ ଏକ ମୂଳଦୁଆ। ଆମକୁ ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିବାକୁ ହେବ। ପ୍ରତ୍ୟେକ ଗ୍ରାମ ପାଇଁ ସଠିକ୍ ଓ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ପ୍ରକୃତ ଶ୍ରମଜୀବୀ ଏହାର ସର୍ବାଧିକ ଲାଭ ପାଇପାରିବେ ଏବଂ ଜିଲ୍ଲାର ପ୍ରଗତି ସୁନିଶ୍ଚିତ ହେବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିଜ ଅଭିଭାଷଣରେ କହିଛନ୍ତି ଯେ ଭି.ବି.ଜି. ରାମ ଯୋଜନା ମାଧ୍ୟମରେ ଜିଲ୍ଲାର ଗ୍ରାମାଞ୍ଚଳରେ ରୋଜଗାର ଏବଂ ସାମଗ୍ରିକ ବିକାଶର ଏକ ବଡ଼ ସୁଯୋଗ ଆସିଛି। ଗ୍ରାମ ସ୍ତରରେ ଏହାର ସଫଳ ରୂପାୟନ ପାଇଁ ସମସ୍ତେ ମିଳିମିଶି ପ୍ରୟାସ କରିବା ଆବଶ୍ୟକ। ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଏମ୍ସି ଶୁଭଶ୍ରୀ ସାହୁ ଏହି ନୂତନ ଯୋଜନାର ରୂପରେଖ, ଲକ୍ଷ୍ୟ ଓ ମିଳୁଥିବା ସୁବିଧା ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଗ୍ରାମ ସ୍ତରରେ ନୂତନ ରୋଜଗାର ସୃଷ୍ଟି କରିବା, ମୌଳିକ ଭିତ୍ତିଭୂମିର ବିକାଶ କରିବା ଏବଂ ସାଧାରଣ ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ନୂତନ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି କରାଯିବ। ଏହାସହ ସ୍ଥାନୀୟ ଶ୍ରମଜୀବୀ ସେମାନଙ୍କ ପାଇଁ ଦିନକାମ ଅବସର ସୁନିଶ୍ଚିତ କରିବା ସହ ଗ୍ରାମଗୁଡ଼ିକରେ ରାସ୍ତା, ପାଣି, ସ୍ୱଚ୍ଛତା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ସୁଦୃଢ଼ୀକରଣ କରାଯିବ। ମଧ୍ୟସ୍ଥିମାନଙ୍କୁ ଦୂରେଇ ସଠିକ୍ ସମୟରେ ଡିଜିଟାଲ ପ୍ରଣାଳୀ ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ମଜୁରୀ ପ୍ରଦାନ କରି ଗ୍ରାମବାସୀଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆଣିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ।କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରତ୍ୟେକ ଗ୍ରାମ ପାଇଁ ଉପଯୁକ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେପରି ଗ୍ରାମାଞ୍ଚଳର ଶେଷ ହିତାଧିକାରୀଙ୍କ ପାଖରେ ଏହି ସୁବିଧା ପହଞ୍ଚିପାରିବ ଏବଂ ଲୋକେ ଏହାର ସର୍ବାଧିକ ଲାଭ ଉଠାଇପାରିବେ, ସେଥିପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି।ଶ୍ରମଜୀବୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରି ମୁଖ୍ୟ ଉନ୍ନୟନ ଅଧିକାରୀ ଜଣାଇଛନ୍ତି ଯେ, ଏହି ଯୋଜନାରେ ବର୍ତ୍ତମାନ ଦୈନିକ ମଜୁରୀ ହାର ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଦେୟ ପ୍ରଦାନରେ ହେଉଥିବା ବିଳମ୍ବ ସମସ୍ୟାକୁ ଏହି ଯୋଜନା ମାଧ୍ୟମରେ ସମ୍ପୂର୍ଣ୍ଣ ରୂପେ ଦୂର କରାଯିବ ଏବଂ ଆଗାମୀ ଦିନରେ କୌଣସି ଶ୍ରମଜୀବୀଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଯୋଜନାର ସଫଳ ରୂପାୟନ ମାଲକାନଗିରି ଜିଲ୍ଲାର ପ୍ରଗତି ଓ ଗ୍ରାମୀଣ ଅର୍ଥନୀତିକୁ ଏକ ନୂଆ ଦିଗ୍ଦର୍ଶନ ଦେବ ବୋଲି ଆଶା ପ୍ରକଟ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande