
ସୁବର୍ଣପୁର ୨ ଜୁଲାଇ (ହି.ସ.) ସୋନପୁର ପୌର ପରିଷଦ ପକ୍ଷରୁ ଓଦା ସୁଖା ଅଳିଆ ଆବର୍ଜନା ସଂଗ୍ରହ ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଏହାକୁ ଉଦ୍ଘାଟନ କରି ଥିବା ବେଳେ ଏଡିଏମ ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ , ପୌର ପରିଷଦ ଅଧିକାରୀ ଋଷି ମାଝୀ, ପୌର ପରିଷଦ ଅଧ୍ଯକ୍ଷା ତାମସୀ ତାମସ୍ମିତା ନାଏକ, ବଲାଂଗିର ସାଂସଦ ଙ୍କ ପୌର ପରିଷଦ ପ୍ରତିନିଧି ଶିବ ରାମ ସାହୁ,ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ୱାଇଁ, କାଉନ୍ସିଲର ପୀୟୂଷ ପଣ୍ଡା ପ୍ରମୁଖ ଯୋଗ ଏହି କାର୍ଯ୍ଯ କ୍ରମ ରେ ଯୋଗ ଦେଇ ସହର କୁ ସ୍ୱଚ୍ଛତା ଅଭିଯାନ କ୍ଷେତ୍ରରେ ଏହା ସହାୟକ ହେବ ଓ ପ୍ରତି କୋଣ ଅନୁକୋଣରେ ସଧାରଣ ଲୋକ ଙ୍କ ସେବା ପ୍ରଦାନ ପାଇଁ ଏ ଯାନ ଗୁଡିକ ଅଭିଯାନ କରିବ ବୋଲି କହିଥିଲେ । ଏହା ସହିତ ସହର ର ସମସ୍ତ ଡ୍ରେନ୍ ଓ ରାସ୍ତା ଘାଟ ସଫେଇ ରଖି ଲୋକ ଙ୍କୁ ମଶା ମାଛି ଦାଉ ରୁ ଓ ମ୍ୟାଲେରିଆ ରୋଗ ରୁ ମୁକ୍ତ ରଖିବାକୁ ପୌର ପରିଷଦ ଅଧିକାରୀ ଙ୍କୁ ଅତିଥି ମାନେ ପରାମର୍ଶ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ