ଭିମସାରରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ, କଳାବ୍ୟାଜ ପିନ୍ଧି ଡାକ୍ତରଙ୍କ ପ୍ରତିବାଦ

ସମ୍ବଲପୁର, ୦୨, ଜୁଲାଇ (ହି.ସ.) ମେଡିକାଲ ସର୍ଭିସେସ୍ ଆସୋସିଏସନର ଚାଲିଥିବା ଆନ୍ଦୋଳନ ଯୋଗୁଁ ବୁର୍ଲାସ୍ଥିତ ଭିମସାରରେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେବାରେ ଲାଗିଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ହୋଇଥିବାରୁ ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀ ଭିମସାରକୁ ଆସୁଛନ୍ତି। କିନ୍ତୁ କର୍ମଚାରୀ ଅଭାବ ଓ ଅତ୍ୟଧିକ ଭିଡ଼ ଯୋଗୁଁ ଗୁରୁତର ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେପଟେ ଦିନରାତି ସେବା ଯୋଗାଇ ଆସୁଥିବା ଡାକ୍ତରମାନେ ମଧ୍ୟ ଶାରୀରିକ ଓ ମାନସିକ ଭାବେ କ୍ଳାନ୍ତ ହୋଇପଡ଼ିଥିବା କୁହାଯାଇଛି। ଏଭଳି ପରିସ୍ଥିତି ଆହୁରି ୪୮ ଘଣ୍ଟା ଜାରି ରହିଲେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହେବା ସହ ରୋଗୀଙ୍କୁ ମିଳୁଥିବା ଚିକିତ୍ସାର ଗୁଣବତ୍ତା ଓ ପରିମାଣ ଉଭୟ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ମେଡିକାଲ ସର୍ଭିସେସ୍ ଆସୋସିଏସନର ନ୍ୟାୟସଙ୍ଗତ ଦାବିକୁ ସମର୍ଥନ ଜଣାଇ ଆଜିଠାରୁ ଭିମସାରର ଡାକ୍ତରମାନେ ଡ୍ୟୁଟି ସମୟରେ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରୁଛନ୍ତି। ସେମାନେ ରାଜ୍ୟ ସରକାରଙ୍କୁ ତୁରନ୍ତ ହସ୍ପିଟାଲର ଅଚଳାବସ୍ଥାର ସମାଧାନ କରି ସ୍ୱାସ୍ଥ୍ୟ ସେବାକୁ ସ୍ୱାଭାବିକ କରିବାକୁ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande