
ଭୁବନେଶ୍ୱର, 02 ଜୁଲାଇ (ହି.ସ.) - ନିରଞ୍ଜନଙ୍କୁ
କଟାକ୍ଷ କରି ଭକ୍ତ ଦାସ କହିଛନ୍ତି ଯେ, ବରିଷ୍ଠ ନେତା ଚାହିଁଲେ ଗୋଡ ଟଣା ନୀତି ବନ୍ଦ ହେବ । ଗତକାଲି
କଂଗ୍ରେସ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ସମୟ ସାକ୍ଷୀ ପୁସ୍ତକ ଉନ୍ମୋଚନ
ହୋଇଛି । ପୁସ୍ତକରେ କଂଗ୍ରେସ ଦଳର ଗୋଡ଼ଟାଣ ନୀତିରହିଛି, ଯାହା କଂଗ୍ରେସ ଦଳକୁ କ୍ଷତି କରୁଛି ବୋଲି ନିଜ ପୁସ୍ତକରେ ଲେଖିଛନ୍ତି
ନିରଞ୍ଜନ ।
ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପିସିସି ସଭାପତି ଭକ୍ତ
ଚରଣ ଦାସ । ସେ କହିଛନ୍ତି ନିରଞ୍ଜନ ବାବୁ ଜଣେ ଅଭିଜ୍ଞତା ସମ୍ପର୍ଣ୍ଣ ରାଜନେତା, ସିଏ ବହୁତ ସମୟ ରାଜ୍ୟ କଂଗ୍ରେସ ସଭାପତି ଭାବରେ
କାର୍ଯ୍ୟ କରିଛନ୍ତି । ମୁଁ ତ ଜାଣିନି କିଏ ଗୋଡ ଟାଣୁଛନ୍ତି, ଯଦି କିଏ
ଟାଣୁଛନ୍ତି ତେବେ ଏହି ଗୋଡ ଟଣା ନୀତି ବନ୍ଦ ହେବା ଆବଶ୍ୟକ । ଯଦି ସମସ୍ତ ସିନିୟର ନେତା
ଚାହିଁବେ ତେବେ ଗୋଡ ଟଣା ନୀତି ନିଶ୍ଚିନ୍ତ ବନ୍ଦ ହେବ ବୋଲି ଭକ୍ତ ଦାସ କହିଛନ୍ତି । ସେ
କହିଛନ୍ତି ଯେ, ମୁଁ ନିରଞ୍ଜନ ବାବୁଙ୍କୁ ଅନୁରୋଧ କରୁଛି ଏହି ଗୋଡ ଟଣା ନୀତି କେଉଁଭଳି ବନ୍ଦ
ହେବ ସିଏ ଟିକେ ଚେଷ୍ଟା କରନ୍ତୁ । ମୋ ଗୋଡ କେହି ଟାଣୁ ନାହାନ୍ତି ବୋଲି ମଧ୍ୟ ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା