
ଧର୍ମଶାଳା,୨ଜୁଲାଇ(ହି.ସ.) - ସାଇବର ଠକେଇ ରେକିବାରେ ନାଁ ନେଉ ନାହିଁ । ବିଭିନ୍ନ ଆଳରେ ମୋବାଇଲ ହ୍ୟାକ୍ କରି ବ୍ୟାଙ୍କ ଜମା ଖାତାରୁ ଆଖି ପିଛୁଳାକେ ଖାତା ଶୂନ କରି ଦେଉଛନ୍ତି । ଏଦିକରେ ପ୍ରଶାସନ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରୁ ଥିଲେ ମଧ୍ୟ ସାଇବର ଲୁଟେରାଙ୍କ ପାଖରେ ପଂହଚି ନ ପାରିବାରୁ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରୁ ଜଣେ ଯୁବକଙ୍କ ମୋବାଇଲ ଆପ୍ ହ୍ୟାକ୍ କରି ବ୍ୟାଙ୍କ ଖାତାରୁ ୩୭ ହଜାର ଟଙ୍କା ପର୍ଯ୍ୟାୟ କ୍ରମେ ଉଠାଇ ନେଇଥିବା ଜଣାପଡିଥିଲା । ଏନେଇ ଏହି ଥାନା ଅନ୍ତର୍ଗତ କୋଠିଡିହ ଗ୍ରାମର ରାଜକିଶୋର ନାୟକଙ୍କ ପୁଅ ସ୍ୱରୂପ ଯାଜପୁର ରୋଡ ସାଇବର ଥାନାରେ ଏତଲା ଦେଇଥିବା ଜଣାପଡିଛି ।
ଅଭିଯୋଗ ମୁତାବକ,ସ୍ୱରୂପ ଦିନରେ ଶୋଇଥିବା ଅବସ୍ଥାରେ ତାଙ୍କ ମୋବାଇଲ ଆପ୍ ହ୍ୟାଙ୍ଗ ହୋଇଥିଲା । ସେ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ । ଜାରକାସ୍ଥିତ ତାଙ୍କ ଏଚ୍ଡିଏଫସି ବ୍ୟାଙ୍କ ଖାତା ନଂ ୫୦୨୦୦୧୦୯୦୮୦୭୩୨ରୁ ପ୍ରଥମେ ସେମାନେ ତିନି ଥର ଉଦ୍ୟମ କରି ଫେଲ ମାରି ଥିଲେ । କିଛି ସମୟ ବ୍ୟବଧାନରେ ପ୍ରଥମେ ୧୦ହଜାର ଓ ପରେ ୨୭ହଜାର ମୋଟ ୩୭ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ସେ ମୋବାଇଲ ମ୍ୟାସେଜ୍ ପଢିବା ପରେ ତୁରନ୍ତ ବ୍ୟାଙ୍କା ଖାତାକୁ ବନ୍ଦ କରି ଦେବା ସହିତ ବ୍ୟାଙ୍କରୁ ରେକର୍ଡ ବାହାର କରିଥିଲେ । ତିନି ଜଣ ବ୍ୟକ୍ତି ଟଙ୍କା ଉଠାଇବାରେ ଫେଲ ମାରିଥିବା ବେେଳେ ପରେ ସାନଭିଦାର ସିଂହ ୨୭ ହଜାର ଓ ଭଂଶ କୁମାର ୧୦ ହଜାର ଟଙ୍କା ଉଠାଇ ନେବାରେ ସଫଳ ହୋଇଥିଲେ । ଏହି ଘଟଣା ଜାଣିବା ପରେ ସେ ଯାଜପୁର ରୋଡସ୍ଥିତ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଥାନା ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନ ଥିବା ସେ ଅଭିଯୋଗ କରିଛନ୍ତି । କେବଳ ଯାହା ଅଭିଯୋଗ ହୋଇଛି । ଏହି ଘଟଣାକୁ ସେ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱରୂପ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ