ଅପରାଧୀଙ୍କ ସହ ପୋଲିସ ସମ୍ପର୍କ ରଖିବା ନିଷିଦ୍ଧ-ଜେଲ୍ ଡିଆଇଜି
ଭୁବନେଶ୍ୱର, 02 ଜୁଲାଇ (ହି.ସ.)- ରେଢ଼ାଖୋଲରେ ୱାର୍ଡେନଙ୍କ ପାର୍ଟିକୁ ନେଇ ଜେଲ୍ ଡିଆଇଜି ଓ ଏସ୍ପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଅପରାଧୀଙ୍କ ସହ ପୋଲିସ ସମ୍ପର୍କ ରଖିବା ନିଷିଦ୍ଧ । ଘଟଣାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତ୍ବରି
ଅପରାଧୀଙ୍କ ସହ ପୋଲିସ     ସମ୍ପର୍କ ରଖିବା ନିଷିଦ୍ଧ-ଜେଲ୍ ଡିଆଇଜି


ଭୁବନେଶ୍ୱର, 02 ଜୁଲାଇ (ହି.ସ.)- ରେଢ଼ାଖୋଲରେ

ୱାର୍ଡେନଙ୍କ ପାର୍ଟିକୁ ନେଇ ଜେଲ୍ ଡିଆଇଜି ଓ ଏସ୍ପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି

ଯେ, ଅପରାଧୀଙ୍କ ସହ ପୋଲିସ ସମ୍ପର୍କ ରଖିବା ନିଷିଦ୍ଧ । ଘଟଣାର ଯାଞ୍ଚ କରାଯାଇ

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତ୍ବରିତ ଯାଞ୍ଚ ସହ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସମ୍ବଲପୁର

ଏସ୍ପି ପ୍ରତିକ୍ରିୟା ରଖିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ରେଢ଼ାଖୋଲ

ଜେଲର ଚିଫ୍ ୱାର୍ଡର ଦିଲୀପ କୁମାର ଦାସ କଏଦୀଙ୍କ ସହ ବୁଲୁଛନ୍ତି। ବିଚ୍ ରାସ୍ତା ଉପରେ ଭିଡିଓ

ସୁଟ୍ କରୁଛନ୍ତି, ଖୁଲମଖୁଲା

ବୁଲୁଛନ୍ତି । ରେଢ଼ାଖୋଲ ଜେଲର ଚିଫ୍ ୱାର୍ଡରଙ୍କ

ଭିଡିଓ ଭାଇରାଲ ପରେ ଜେଲ ଡିଆଇଜି ଏହି ପ୍ରତିକ୍ରିୟା ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande