
ଭୁବନେଶ୍ୱର, 02 ଜୁଲାଇ (ହି.ସ.)- 'ପଦ୍ମଭୂଷଣ' କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତର
ଜଣେ ଯୁଗପୁରୁଷ, ସବୁଜ ଯୁଗର ଅନ୍ୟତମ କର୍ଣ୍ଣଧାର ଏବଂ ବିଶିଷ୍ଟ ଔପନ୍ୟାସିକ ପଦ୍ମଭୂଷଣ
କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
କନକ ବର୍ଦ୍ଧନ କହିଛନ୍ତି ଯେ,
ସେ କେବଳ ଜଣେ ଲେଖକ ନଥିଲେ, ସେ ଥିଲେ ଓଡ଼ିଆ ଜୀବନବୋଧର ଜଣେ ସଫଳ ରୂପକାର। ଓଡ଼ିଆ ସାହିତ୍ୟକୁ
ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା