
ଭୁବନେଶ୍ୱର, 02 ଜୁଲାଇ (ହି.ସ.)- ବେଲଜିୟମ୍ ଗସ୍ତ
ପାଇଁ ଜାତୀୟ କନିଷ୍ଠ ଦଳରେ ସ୍ଥାନ ପାଇଥିବା 9 ଓଡ଼ିଆ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେଭି
ସିଂହେଦଓ । ଏନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ସେୟାର କରି ସେ କହିଛନ୍ତି ଯେ, ବେଲଜିୟମ୍
ଗସ୍ତ ପାଇଁ ଜାତୀୟ କନିଷ୍ଠ ଦଳରେ (୨୧ ବର୍ଷରୁ କମ୍) ସ୍ଥାନ ପାଇଲେ ଓଡ଼ିଶାର ୯ ଜଣ ଖେଳାଳି । ଅନମୋଲ ଏକ୍କା,
ଆଦ୍ରୋହିତ ଏକ୍କା,
ରୋହିତ କୁଲୁ,
ମୁକେଶ ଟପ୍ପୋ,
ବିବେକ ଲାକ୍ରା,
ସଞ୍ଜିତ ତିର୍କୀ,
ପ୍ରଶାନ୍ତ ବାର୍ଲା,
ରିତ୍ତିକ ଲାକ୍ରା ଓ ଆର୍ଯ୍ୟନ ଖେସ୍ । ଆନ୍ତର୍ଜାତୀୟ
କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶାର ଏହି ଅପରାଜେୟ ଯୁବ ଶକ୍ତି ବିଜୟ ଗୌରବ ହାସଲ କରି ସମଗ୍ର ଦେଶକୁ
ଗର୍ବିତ କରୁ, ଏହା ହିଁ ମୋର ଆନ୍ତରିକ କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା