କ୍ୟାବିନେଟରେ କେଜିରୁ ପିଜି ମାଗଣା ଶିକ୍ଷା ଓ ମଧ୍ୟାହ୍ନ ଭୋଜନର ସମ୍ପ୍ରସାରଣ ଅନୁମୋଦନକୁ ପ୍ରଶଂସା କଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର, 02 ଜୁଲାଇ (ହି.ସ.)- କ୍ୟାବିନେଟରେ କେଜିରୁ ପିଜି ମାଗଣା ଶିକ୍ଷା ଓ ମଧ୍ୟାହ୍ନ ଭୋଜନର ସମ୍ପ୍ରସାରଣ ଅନୁମୋଦନକୁ ପ୍ରଶଂସା କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଏନେଇ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍
କ୍ୟାବିନେଟରେ କେଜିରୁ ପିଜି     ମାଗଣା ଶିକ୍ଷା ଓ ମଧ୍ୟାହ୍ନ ଭୋଜନର ସମ୍ପ୍ରସାରଣ ଅନୁମୋଦନକୁ ପ୍ରଶଂସା କଲେ ପ୍ରଦୀପ     ପାଣିଗ୍ରାହୀ


ଭୁବନେଶ୍ୱର, 02 ଜୁଲାଇ (ହି.ସ.)- କ୍ୟାବିନେଟରେ କେଜିରୁ

ପିଜି ମାଗଣା ଶିକ୍ଷା ଓ ମଧ୍ୟାହ୍ନ ଭୋଜନର ସମ୍ପ୍ରସାରଣ ଅନୁମୋଦନକୁ ପ୍ରଶଂସା କରିଛନ୍ତି

ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଏନେଇ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ

ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ

ଜଣାଉଛି। 'ଜ୍ଞାନୋଦୟ-ଶିକ୍ଷାରୁ

ସମୃଦ୍ଧି' ଯୋଜନାରେ

କେଜି ରୁ ପିଜି ମାଗଣା ଶିକ୍ଷା ଓ ମଧ୍ୟାହ୍ନ ଭୋଜନର ସମ୍ପ୍ରସାରଣ ରାଜ୍ୟର ଶିକ୍ଷା କ୍ଷେତ୍ରରେ

ଏକ ଯୁଗାନ୍ତକାରୀ ପଦକ୍ଷେପ।

ସେ କହିଛନ୍ତି ଯେ, ଏହା ସହିତ

ଗଭୀର ସମୁଦ୍ର ମାଛ ଧରିବା ପାଇଁ ୧୦ ବର୍ଷିଆ ମିଶନ ଓ ନୀଳ ଅର୍ଥନୀତିର ବିକାଶ ଓଡ଼ିଶାର

ଉପକୂଳବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ ଆର୍ଥିକ ଉନ୍ନତିରେ ମାଇଲଖୁଣ୍ଟ

ସାବ୍ୟସ୍ତ ହେବ। ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ପାଇଁ ସରକାରଙ୍କୁ ଅଶେଷ ଧନ୍ୟବାଦ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande