
ଜୟପୁର, 02 ଜୁଲାଇ (ହି.ସ.) - ଚୋରି ମାମଲାରେ ୩ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁ୍କ୍ତ ମାନେ ହେଲେ ଖ୍ରିଷ୍ଟିଆନପେଟାର ଧର୍ମରାଜ ଏଲିୟସ ନାନୁ ନାଗ (୨୩), ଅଶ୍ନିନ ବାଘ (୨୨). ସୁବସ ଭତ୍ରା (୨୧) । ପୋଲିସ ସୁଚନା ଅନୁଯାଇ ଜୟପୁର ଲିଙ୍ଗରାଜ ନଗରରେ ବନ୍ଦ ଘରୁ ଚୋରି ହୋଇଥିଲା । ଘରର ମାଲିକ ଭୁବନେଶ୍ୱରରେ ରହୁଥିବା ବେଳେ ଘର ମାଲିକର ଭାଇ ମହାନ୍ତି ବେନିଆ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘର ଆବାସବ ପତ୍ର ମୋଟର ଆଦି ଚୋରି କରି ନେଇ ଥିବା ଅଭିଯୋଗ ଉଲ୍ଲେଖ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ୩ ଅଭିଯୁକ୍ତ କୁ ଗିରଫ କରି କାଠ ଖଟ, ସିଲିଙ୍ଗ ପ୍ୟାନ, ମୋଟର ଜବତ କରିଛି । ଗିରଫ ୩ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି