ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସରେ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 02 ଜୁଲାଇ (ହି.ସ.)- ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସରେ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଅବସରରେ
ବିଶ୍ୱ କ୍ରୀଡ଼ା ସାମ୍ବାଦିକ     ଦିବସରେ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 02 ଜୁଲାଇ (ହି.ସ.)- ବିଶ୍ୱ କ୍ରୀଡ଼ା

ସାମ୍ବାଦିକ ଦିବସରେ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ କ୍ରୀଡ଼ା

ସାମ୍ବାଦିକ ଦିବସ ଅବସରରେ ସମସ୍ତ କ୍ରୀଡ଼ା ସାମ୍ବାଦିକ ଭାଇଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ

ଅଭିନନ୍ଦନ ।ଭାରତର କ୍ରୀଡ଼ା ବିକାଶରେ କ୍ରୀଡ଼ା ସାମ୍ବାଦିକମାନଙ୍କ ଭୂମିକା ଅତୁଳନୀୟ ।

ଆପଣମାନଙ୍କର ନିଷ୍ଠା, ପରିଶ୍ରମ

ଓ ବୃତ୍ତିଗତ ସତ୍ୟତା ଭାରତର କ୍ରୀଡ଼ା ପରିବେଶକୁ ଅଧିକ ସଶକ୍ତ କରୁଛି । ଓଡ଼ିଶା ସମେତ ଦେଶର

କ୍ରୀଡ଼ା ଯାତ୍ରାକୁ ଆଗେଇ ନେବାରେ ଆପଣମାନଙ୍କ ଅବଦାନ ସଦା ପ୍ରେରଣାଦାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande