
ଭୁବନେଶ୍ୱର, ୨୦ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ ୫ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳରେ ସର୍ବାଧିକ ୧୧୯.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳ(ପିଟିଓ)ରେ ୯୩.୦ ମି.ମି., କାମାକ୍ଷାନଗରରେ ୭୨.୨ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ୭୧.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଅଳତୁମାରେ ୬୬.୮ ମି.ମି., ଭୁବନରେ ୬୫.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ୫୦.୪ ମି.ମି., ବୌଦ୍ଧ ଜିଲ୍ଲାର ଖଇରମାଳରେ ୪୯.୦ ମି.ମି., ଗଞ୍ଜାମ ଜିଲ୍ଲାର ଆସ୍କାରେ ୪୮.୦ ମି.ମି., ନୟାଗଡ଼ ଜିଲ୍ଲାର ନୂଆଗାଁରେ ୪୦.୨ ମି.ମି., ଯାଜପୁର ଜିଲ୍ଲାର ଜେନାପୁରରେ ୩୭.୦ ମି.ମି., କଟକ ଜିଲ୍ଲାର ନରସିଂହପୁରରେ ୩୬.୦ ମି.ମି. ଏବଂ ସୋନପୁର ଜିଲ୍ଲାର ସୋନପୁରରେ ୩୫.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ