କନ୍ଧମାଳ ଅନୁସୁଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ
10th Class student pregnant of TRW School
କନ୍ଧମାଳ ଅନୁସୁଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ


କନ୍ଧମାଳ, ୨୧ ଜୁଲାଇ (ହି.ସ.)-

କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ଏବେ ତାଙ୍କ ଘରକୁ ପଠାଇ ଦିଆଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଗୋଚ୍ଛାପଡା ଥାନା ଅଞ୍ଚଳର ଛାତ୍ରୀ ଜଣକ ଦାମିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢ଼ୁଛନ୍ତି। ୧୮ ତାରିଖରେ ବିଦ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ୭ ଛାତ୍ରୀଙ୍କ ଋତୁସ୍ରାବଜନିତ ସମସ୍ୟା ଜଣାପଡ଼ିଥିଲା। ସେମାନଙ୍କୁ ନିକଟସ୍ଥ ଗୁମ୍ମାଗଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ ଛାତ୍ରୀଙ୍କ ବାପାଙ୍କୁ ସ୍କୁଲକୁ ଆସିବାକୁ ଫୋନରେ କହିଥିଲେ। ୧୯ ତାରିଖରେ ଛାତ୍ରୀଙ୍କ ବାପା ଯାଇ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଝିଅକୁ ପଚାରିବାରୁ ବନ୍ଦୁଲି ଗ୍ରାମର ଜଣେ ଯୁବକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ସେ କହିଥିଲେ। ଏନେଇ ଛାତ୍ରୀଙ୍କ ବାପା ଗୋଚ୍ଛାପଡ଼ା ଥାନାରେ ଏତଲା ଦେଇଛନ୍ତି।ପୋଲିସ ଏକ ମାମଲା(ନଂ.୧୧୨/୨୬) ରୁଜୁ କରି ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁସାରେ, ଛାତ୍ରୀଙ୍କ ଗ୍ରାମରେ ଯାତ୍ରା ହେଉଥିବା ବେଳେ ସେଠାକୁ ଯୁବକ ଜଣକ ଆସିଥିଲେ। ସେହିଠାରେ ଉଭୟଙ୍କ ପରିଚୟ ପରେ ଫୋନରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହାର କିଛି ଦିନ ପରେ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande