ଚିନ୍ତାମଣୀ ଗୁରୁଜୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା ଚକ୍ର
କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇ ଠାରେ ମଧୁସାଗର ଆବାସିକ ବିଦ୍ୟାପୀଠର ପ୍ରତିଷ୍ଠାତା ୰ଚିନ୍ତାମଣୀ ଗୁରୁଜୀଙ୍କ ଛାତ୍ର ତଥା ଶିକ୍ଷକ ନେତା ଭ୍ରମର ରାଉତଙ୍କ ଜନ୍ମ ବାର୍ଷିକ ଅବସରରେ ଅଙ୍ଗୁଳାଇ ଗ୍ରାମଦେବୀ ମା ତାରିଣୀଙ୍କ ପୀଠରେ ଗୁରୁଜୀଙ
ଚିନ୍ତାମଣୀ ଗୁରୁଜୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା ଚକ୍ର ।


କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇ ଠାରେ ମଧୁସାଗର ଆବାସିକ ବିଦ୍ୟାପୀଠର ପ୍ରତିଷ୍ଠାତା ୰ଚିନ୍ତାମଣୀ ଗୁରୁଜୀଙ୍କ ଛାତ୍ର ତଥା ଶିକ୍ଷକ ନେତା ଭ୍ରମର ରାଉତଙ୍କ ଜନ୍ମ ବାର୍ଷିକ ଅବସରରେ ଅଙ୍ଗୁଳାଇ ଗ୍ରାମଦେବୀ ମା ତାରିଣୀଙ୍କ ପୀଠରେ ଗୁରୁଜୀଙ୍କ ଜୀବନାଦର୍ଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶହେରୁ ଉର୍ଦ୍ଧ୍ୱ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଗାନ୍ଧିପନ୍ଥୀ, ସମାଜ ସଂସ୍କାରକ, ସ୍ୱାଧୀନତା ସଂଗ୍ରାମୀ ଓ ଆଦର୍ଶ ଶିକ୍ଷକ ଚିନ୍ତାମଣୀ ଗୁରୁଜୀଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ୰ଗୁରୁଜୀ ନିଜର ସମସ୍ତ ସମ୍ପତି ଦାନ କରି ୧୯୬୭ରେ ଟ୍ରଷ୍ଟବୋର୍ଡ ଗଠନ କରିଥିଲେ। ସନ୍ଥ ବିନୋବାଙ୍କ ଠାରୁ ଆରମ୍ଭ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଆଚାର୍ଯ୍ୟ ହରିହର, ଅନ୍ନପୂର୍ଣ୍ଣା ମହାରଣା, ମାଳତୀ ଚୌଧୁରୀ, ମନମୋହନ ଚୌଧୁରୀ, ତତ୍କାଳୀନ ଭାରତର ଜାତୀୟ କଂଗ୍ରେସର ସଭାପତି ୟୁ.ଏନ୍ ଧେକର ଓ ଗୁରୁଜୀଙ୍କ ଛାତ୍ର ଦିବଂଗତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମଧୁସାଗର ବିଦ୍ୟାପୀଠ ଆସିଥିଲେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ୧୯୪୮ରେ ନିପଟ ମଫସଲ ନଦୀନାଳ ଘେରା ଅଂଚଳର ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଗୁରୁଜୀ ମଧୁସାଗର ବିଦ୍ୟାପୀଠ ପ୍ରତିଷ୍ଠା କରି ଗାନ୍ଧିଜୀଙ୍କ ମୌଳିକ ଶିକ୍ଷା ପ୍ରଚଳନ କରି ପାଠପଢ଼ା ସହିତ ଧନ୍ଧାମୂଳକ ଶିକ୍ଷା ପ୍ରଚଳନ କରି ଗରିବ ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିଥିଲେ। ଏଥିସହିତ ସମାଜ ସଂସ୍କାର ମାଧ୍ୟମରେ କମ୍ ବୟସ ବିଧବା ମହିଳାଙ୍କୁ ଦ୍ୱିତୀୟ ବିବାହ କରାଇ ମହିଳାଙ୍କୁ ନୂତନ ଦିଶା ଦେଖାଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରହ୍ଲାଦ ଚନ୍ଦ୍ର ସ୍ୱାଇଁ, ବୈଷ୍ଣବ ଖଣ୍ଡୁଆଳ, କେଶବ ଚରଣ ଲେଙ୍କା, ପ୍ରଭାତି ସାହୁ, ଅରବିନ୍ଦ ସ୍ୱାଇଁ, ବିଦୁଲତା ପତି, ଧୃବଚରଣ ସାହୁ, ନୀଳମାଧବ ରାଉତ, ସେକ୍ ମନସୁର୍ ଅଲ୍ଲୀ, କ୍ୟାପଟେନ୍ ପ୍ରେମାନନ୍ଦ ରାଉତ, ମନୋଜ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚିନ୍ତାମଣୀ ଗୁରୁଜୀ ଓ ରୁକ୍ମଣୀ ଦେବୀ ସ୍ମାରକୀ ନ୍ୟାସର ସଭାପତି ବୃନ୍ଦାବନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭା ଶେଷରେ ଭ୍ରମର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande