କଏଦୀଙ୍କୁ ନଜର ରଖିବ ଏଆଇ କ୍ୟାମେରା
ଭୁବନେଶ୍ୱର, 21 ଜୁଲାଇ (ହି.ସ.) ରାଜ୍ୟର ଜେଲ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏଆଇ ଆଧାରିତ କ୍ୟାମେରା ବ୍ୟବହାର ଆରମ୍ଭ ହୋଇଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଜେଲ୍ ଡିଜି ଏହି ସୂଚନା ଦେଇଛନ୍ତି। ଜେଲ୍ ଡିଜିଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ
କଏଦୀଙ୍କୁ ନଜର ରଖିବ ଏଆଇ କ୍ୟାମେରା


ଭୁବନେଶ୍ୱର, 21 ଜୁଲାଇ (ହି.ସ.) ରାଜ୍ୟର ଜେଲ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏଆଇ ଆଧାରିତ କ୍ୟାମେରା ବ୍ୟବହାର ଆରମ୍ଭ ହୋଇଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଜେଲ୍ ଡିଜି ଏହି ସୂଚନା ଦେଇଛନ୍ତି।

ଜେଲ୍ ଡିଜିଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟର ୨୦ଟି ଜେଲରେ ଏଆଇ କ୍ୟାମେରା ସ୍ଥାପିତ ହୋଇସାରିଛି। ଏହି କ୍ୟାମେରାଗୁଡ଼ିକ ଜେଲ୍ ଭିତରେ ଏବଂ ପରିସରରେ କଏଦୀଙ୍କ ଚଳଚଳନକୁ ସତତ ନଜରରେ ରଖିବ।

ଏଆଇ ପ୍ରଯୁକ୍ତି ବ୍ୟବହାର ହେବାରୁ ଜେଲ୍ରୁ କଏଦୀ ପଳାଇବା ପ୍ରାୟ ଅସମ୍ଭବ ହୋଇପଡ଼ିଛି। କୌଣସି କଏଦୀ ଜେଲ୍ ପାଚେରୀ ପାଖକୁ ଯାଇଲେ ଆଲାରାମ ବାଜିଉଠିବା ବ୍ୟବସ୍ଥା ରହିଛି।

ଏହା ସହିତ, ଜେଲ୍ ଭିତରେ ଅନାବଶ୍ୟକ ଭିଡ଼ ହେବା କିମ୍ବା ଗଣ୍ଡଗୋଳ ସୃଷ୍ଟି ହେଲେ ଏଆଇ କ୍ୟାମେରା ମାଧ୍ୟମରେ ତୁରନ୍ତ ଆଲର୍ଟ ମିଳିବାର ବ୍ୟବସ୍ଥା ହୋଇଛି, ଯାହା ନିୟନ୍ତ୍ରଣରେ ସହାୟକ ହେବ।

ଅନ୍ୟପଟେ, କଏଦୀମାନଙ୍କ ପୁନର୍ବାସ ଓ ସୁଧାର ପାଇଁ ରାଜ୍ୟର ୭ଟି ସର୍କଲ ଜେଲରେ ଶୀଘ୍ର ମୁକ୍ତାକାଶ ଜେଲ୍ (ଓପେନ ଏୟାର ଜେଲ୍) ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି।

--------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande