
ନୂଆପଡ଼ା,୨୧ ଜୁଲାଇ (ହି.ସ୍.)- ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ସୁନାପୁର ଶିବ ମନ୍ଦିର ନିକଟରେ ବିଜୁ ଏକ୍ସପ୍ରେସ ୱେରେ ଆଜି ସକାଳ ଦଶ ଘଟିକା ସମୟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଅଜଣା ଗାଡ଼ିର ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ସୁନାପୁର ଗ୍ରାମର ଲୋକେଶ୍ୱର କାଣ୍ଡ (୨୪) ବୋଲି ଜଣାପଡିଛି। ଏଥିରେ ଅନ୍ୟ ଜଣେ ଯୁବକ ପ୍ରେମ ସିଂ କାଣ୍ଡ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ବୋଡ଼େନ ଗୋଷ୍ଠି ଚିକିତ୍ସାଳୟରେ ଭର୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ