



ବଲାଙ୍ଗୀର, ୨୧ ଜୁଲାଇ(ହି.ସ.) – ପବିତ୍ର ହେରା ପଂଚମି ଅବସରେ ବଲାଙ୍ଗୀର ସାଂସ୍କୃତିକ ଅନୁଷ୍ଠାନ ପଂଚମର ୩୦ ତମ ଭଜନ ସମାରୋହ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଡା. ଲଳିତ କୁମାର ସାହୁଙ୍କ ଉଦଘାଟନ ପରେ ସଭାପତି ମୁରଲି ଧାରି ପତି ମିଛ ଦୁନିଆରେ ଗୋଟିଏ ସତ ଗୀତରୁ ପ୍ରାରମ୍ଭ କରିଥିଲେ ପରେ ପରେ କଣ୍ଠ ଶିଳ୍ପୀ ବର୍ଷା ବହିଦାର, ବିଜ୍ଞଏଷି ବାରିକ, ଦୀପ୍ତି ପ୍ରକାଶ ଦାସ, ଚିନ୍ମୟ ହିଆଲ, ମଧୁସ୍ମିତା ସାହୁ, ଶ୍ରୁତିବିନ୍ଦୁ ଝାଙ୍କର, ଆୟୁଷ୍ମାନ ପାଣିଗ୍ରାହୀ, କୃଷ୍ଣ କୁମାର ବେହେରା, ପ୍ରିୟାଂଶ ପଣ୍ଡା ତ୍ରିଦିବେଶ ପଟଟନାୟକ, ଅଙ୍କିତ କୁମାର ସାହୁ, ଅମ୍ବିକା ବହିଦାର, କ୍ରିଷ୍ଣରାଜ ପତି ପ୍ରଭୃତି ସୁଲଳିତ କଣ୍ଠରେ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ସର୍ବଶ୍ରୀ ସନ୍ଦୀପ କୁମାର ସାହୁ, ସଂସ୍କାର ସ୍ୱରୂପ ମିଶ୍ର, ଶୁଭେନ୍ଦୁ କୁମାର ଜାଲ, କ୍ରିଷ୍ଣା ରାଜ ପତି, ରୋହନ କୁମାର, ଅନିକେତ, ଆଦିତ୍ୟ, ଅଭିଷେକ, ଆୟୁଷ, ବିଶ୍ୱନାଥ, ଅଦ୍ୱୈତ ପ୍ରଭୃତି ପ୍ରତିକୂଳ ପାଗ ସତ୍ୱେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବହୁ ଶ୍ରୋତାଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୁରୁଃଶ୍ରୀ ଗୌର କିଶୋର ମହାପାତ୍ର, ରାଜକୁମାର ହୋତା, ଶିରିଶା ପତି ଓ ଗୋକୁଳା ନନ୍ଦ ମିଶ୍ର।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ