
ଘଟଗାଁ ୨୧ଜୁଲାଇ (ହିସ )ଆଜି ବର୍ଷସହିତ ଘଡ଼ଘଡ଼ି ଓ ବଜ୍ରପାତରେ ଦୁଇଇଜଣ ଆହତ ହୋଇ ଥିବା ସହ ଜଣେ ମହିଳାମୃତ୍ୟୁ ହୋଇ ଥିବା ଜଣା ପଡିଛିପ୍ରକାଶଯେ ଘଟଗାଁ ଥାନା ବଡ଼ ଜାମୁପସୀ ପଂଚାୟତ ଅ୍ଜ୍ଜୁନ ବିଲା ଗ୍ରାମର ୬ଜଣମହିଳା ଚାଷ ବିଲରେ ଧାନ ତଳି ପୋତା କାମ କରୁ ଥିଲେ!ଦିନଦୁଇଟା ବେଳେ ହଠାତ ମେଘ ପବନ ଘଡ଼ ଘଡି ବଜ୍ରପାତ ହୋଇଥିଲା!ବଜ୍ରପାତରଆଘାତ ରେ ୩ଜଣ ମହିଳା କୌଶଲ୍ୟା ସେଠି ରଶ୍ମିତା ସେଠୀ ଓ ସୁନା ଫୁଲ ସେଠି ଗୁରୁତର ଆହତ ହୋଇ ଥିଲେ!ତୁରନ୍ତ ସେ ମାନଙ୍କୁ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇ ଥିଲା!ପ୍ରାଥମିକ ଚିକିତ୍ସା ପରେ କୌଶଲ୍ୟା ସେଠି (୫୦)ର ମୃତ୍ୟୁ ହୋଇ ଯାଇଛି ଅନ୍ୟ ଦୁଇ ମହିଳା ଅତି ଗୁରୁତର ହେବାରୁ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି ମୃତ ଶବକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ଅନୁ ସନ୍ଧାନ ଜାରି ରଖି ଥିବା ପ୍ରକାଶ ପାଇଛି
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ