ଦାଦନ ଖଟିବାକୁ ଯାଇ ବଣ୍ଡା ଯୁବକ ଙ୍କ ମୃତ୍ୟୁ
ମାଲକାନଗିରି , ୨୧ ଜୁଲାଇ (ହି.ସ.) ମାଲକାନଗିରି ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ହେଲେ ଜିଲାରେ ଆଜି ବି ବହୁ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଯାଉ
ଦାଦନ ଖଟିବାକୁ ଯାଇ ବଣ୍ଡା ଯୁବକ ଙ୍କ ମୃତ୍ୟୁ


ମାଲକାନଗିରି , ୨୧ ଜୁଲାଇ (ହି.ସ.) ମାଲକାନଗିରି ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ହେଲେ ଜିଲାରେ ଆଜି ବି ବହୁ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ନିଖୋଜ ହେଉଥିବା ବେଳେ କେତେକ ନିର୍ଯ୍ୟାତିତ ହୋଇ ଶେଷରେ ଶବ ହୋଇ ଫେରିବା ଘଟଣା ସଚେତନ ମହଲରେ ଆଲୋଡନ ସୃଷ୍ଟି କରିଛି।ଦାଦନ ଖଟିବାକୁ ଯାଇ କେରଳରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର କିର୍ଷାନିପଡା ଗ୍ରାମ ର ବଣ୍ଡା ଯୁବକ ଶୁକ୍ରା ଶିଶାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ୪ ଜଣ ଯୁବକ ସହ ଶୁକ୍ରା ଶିଶା ଦାଦନ ଖଟିବାକୁ ଚଳିତ ମାସ ୧୫ ତାରିଖରେ କେରଳ ଯାଇଥିଲେ ସମସ୍ତେ ୧୭ ତାରିଖରେ କେରଳରେ ପହଞ୍ଚିଥିବା ବେଳେ ସେଠାରେ ଶୁକ୍ରାଙ୍କ ସ୍ବାସ୍ଥ ଖରାପ ହୋଇଯାଇଥିଲା । ପରେ ତାଙ୍କର ମୃତୁ ହୋଇଯାଇଥିବା ଜଣାପଡ଼ିଛି। ତେବେ ଶୁକ୍ରାଙ୍କ ମୃତ୍ୟୁ କିପରି ହେଲା ଜଣାପଡ଼ି ନଥିବା ବେଳେ ଏନେଇ ପରିବାର ପକ୍ଷରୁ ୧୮ ତାରିଖରେ ମୁଦୁଲିପଡ଼ା ଥାନାରେ ସୂଚନା ଦେଇଥିଲେ!ଏହାପରେ ପୁଲିସ ଟିମ୍ କେରଳ ଯାଇଥିବା ଆଇଆଇସି ନୀଳିମା ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଶୁକ୍ରାଙ୍କ ସହ ଯାଇଥିବା ଯୁବକ ମାନେ ଶବ ନିକଟରେ ରହିଥିବା ଜଣାପଡ଼ିଛି ।ଏହାସହ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ସୁରକ୍ଷା ନିଶ୍ଚିତ କରିବା ଲାଗି ଜିଲା ପ୍ରଶାସନ ଓ ପୋଲିସ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande