ସଫା ହେଉନି ପାଟନାଳୀ ହଜାର ହଜାର ଏକର ଫସଲ ନଷ୍ଟ
କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଷୀ ଓ ଚାଷର ସୁରକ୍ଷା ପାଇଁ ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଟଙ୍କାଗୁଡ଼ିକ ଠିକ୍ ବାଟରେ ଖର୍ଚ୍ଚ ନହେବାରୁ ଜିଲ୍ଲାରେ ଚାଷୀ ଅସୁବିଧାର ସମ୍ମୁଖୀନ ହେବାସହ ସେମାନଙ୍କ ଫସ
ସଫା ହେଉନି ପାଟନାଳୀ ହଜାର ହଜାର ଏକର ଫସଲ ନଷ୍ଟ ।


କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଷୀ ଓ ଚାଷର ସୁରକ୍ଷା ପାଇଁ ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଟଙ୍କାଗୁଡ଼ିକ ଠିକ୍ ବାଟରେ ଖର୍ଚ୍ଚ ନହେବାରୁ ଜିଲ୍ଲାରେ ଚାଷୀ ଅସୁବିଧାର ସମ୍ମୁଖୀନ ହେବାସହ ସେମାନଙ୍କ ଫସଲ ନଷ୍ଟ ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଦୈନିକ ଅଭିଯୋଗ ହେଉଛି। ଅଭିଯୋଗ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ପଂଚାୟତର ପଟ୍ଟାମୁଣ୍ଡାଇ ଠାରୁ ବାହାରିଥିବା କେନାଲ ସୋବଳା ଗ୍ରାମର ଅରୁଆ ବାଳାଶ୍ରମ ଦେଇ ସୋବଳା ଗ୍ରାମ ଦେଇ ଯାଇଥିବା ପାଟନାଳୀରେ ପ୍ରଚୁର ପରିମାଣରେ ଦଳ ଭର୍ତି ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଶହ ଶହ ଚାଷୀଙ୍କର ହଜାର ହଜାର ଏକର ଚାଷ ଜମି ଆଣ୍ଠୁଏ ଲେଖା ପାଣି ଛିଡ଼ା ହୋଇଥିବାରୁ ହଜାର ହଜାର ଏକର ଫସଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ପ୍ରତିବର୍ଷ ଦଳ ସଫେଇ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଆଖିଦୃଶିଆ ଭାବେ ଦଳକୁ ଓଲଟ ପାଲଟ କରି ବିଭାଗୀୟ ଅଧିକାରୀମାନେ ଅର୍ଥ ହରିଲୁଟ୍ କରିଥିବା ଅଭିଯୋଗ ହେଉଛି। ଗାଙ୍ଗପଡ଼ା ପଂଚାୟତ ଆଖପାଖ ପଂଚାୟତର ଚାଷୀମାନେ ଚାଷଜମିରୁ ଜଳ ନିଷ୍କାସନ ହେଉନଥିବାରୁ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରି ତୁରନ୍ତ ଦଳ ସଫା କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଅସୀତବନ୍ଧୁ ଧଳ, କୃଷ୍ଣଚନ୍ଦ୍ର ଧଳ, ବାବୁରାମ ସାହୁ, ଯୋଗେନ୍ଦ୍ର ସାହୁ, କୈଳାସ ପରିଡ଼ା, ପ୍ରଶାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande