କେନ୍ଦୁଝରରେ ବାଲ୍ୟବିବାହ ନିରୋଧୀ କାର୍ଯ୍ୟଖସଡ଼ା(୨୦୨୬-୨୦୨୯) ଉନ୍ମୋଚିତ
କେନ୍ଦୁଝର, ୨୧ ଜୁଲାଇ(ହି.ସ.) – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ବାଲ୍ୟବିବାହ ନିରୋଧୀ
Child marriage


କେନ୍ଦୁଝର, ୨୧ ଜୁଲାଇ(ହି.ସ.) – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ବାଲ୍ୟବିବାହ ନିରୋଧୀ ରଣନୀତିକ କାର୍ଯ୍ୟଖସଡ଼ା(୨୦୨୬ - ୨୦୨୯)’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି।

ଆଗାମୀ ତିନି ବର୍ଷ (୨୦୨୬-୨୦୨୯) ମଧ୍ୟରେ କେନ୍ଦୁଝର ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବ୍ୟାପକ ସାମାଜିକ ଓ ସଚେତନତାଧର୍ମୀ ରଣନୀତି ଏହି ଯୋଜନା ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ବୈଠକରେ ୟୁନିସେଫ୍, ଭୁବନେଶ୍ୱରର ଶିଶୁ ସୁରକ୍ଷା କନସଲଟାଂଟ ଶ୍ରୀ ଘାସିରାମ ପଣ୍ଡା ଯୋଗଦେଇ କହିଥିଲେ ଯେ, କେବଳ ନିୟମ ଓ ଦସ୍ତାବିଜ୍ ତିଆରି କରି ରଖିଦେଲେ ବାଲ୍ୟବିବାହ ବନ୍ଦ ହୋଇପାରିବ ନାହିଁ। ଯଦି ପରିବାର ଓ ସମାଜର ନୀତିନିୟମ ଦୁର୍ବଳ ହୁଏ, ତେବେ ବାଲ୍ୟବିବାହର ସମ୍ଭାବନା ବୃଦ୍ଧି ପାଏ। ଏହା ଶିଶୁସୁରକ୍ଷା ପାଇଁ ଏକ ମିଳିତ ସହଯୋଗୀ ପଦକ୍ଷେପ ବୋଲି ସେ ପ୍ରକାଶ କରିଥିଲେ। ଲିଙ୍ଗଗତ ହିଂସା ରୋକିବା ପାଇଁ ପ୍ରତ୍ୟେକ ବ୍ଲକରେ ଥିବା ପ୍ରେରଣା କେନ୍ଦ୍ରଗୁଡ଼ିକରେ ପ୍ରେରଣା ଦିଦିମାନଙ୍କୁ ଆହୂତ କରି ପ୍ରତି ୭ ଦିନରେ ଥରେ କେନ୍ଦ୍ର ଖୋଲି ବିସ୍ତୃତ ଆଲୋଚନା ଓ ସଚେତନତା ସୃଷ୍ଟି କରିବାକୁ ନିଷ୍ପତି ନିଆଯାଇଛି।

ସୁଦକ୍ଷ ଯୋଜନା ମାଧ୍ୟମରେ କିଶୋରୀ ଓ ଝିଅମାନଙ୍କୁ ବିଭିନ୍ନ ବୃତିଗତ ଓ ବୈଷୟିକ ଶିକ୍ଷାରେ ତାଲିମ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଶିଶୁମାନଙ୍କ ଅଧିକାର ସୁରକ୍ଷା ପାଇଁ ଏକ ବିଶେଷ ମିଳିତ ସହଯୋଗୀ ପଦକ୍ଷେପ ବୋଲି ସେ ପ୍ରକାଶ କରିଥିଲେ।

ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ଭିଡ଼ିଓ ମାଧ୍ୟମରେ କିଶୋର-କିଶୋରୀମାନଙ୍କୁ ସ୍ୱାସ୍ଥ୍ୟ, ପୋଷଣ ଓ ବାଲ୍ୟବିବାହର କୁପରିଣାମ ସମ୍ପର୍କରେ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା ଓ ଅଭିଭାବକ ସଚେତନତା: ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଅଭିଭାବକମାନଙ୍କୁ ଅଧିକ ସଚେତନ କରିବା, ପିଲାମାନଙ୍କୁ ନିୟମିତ ସ୍କୁଲକୁ ଆଣିବା ଏବଂ ଗୁଣାତ୍ମକ ଶିକ୍ଷା ଦାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା କଲ୍ୟାଣ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ ମଲ୍ଲିକ, ପିଓ କେନ୍ଦୁଝର ସଦର ଶ୍ରୀମତୀ ଚୂଲେଶ୍ୱରୀ ପଟେଲ, ଅତିରିକ୍ତ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସୁଧା ଗୋସ୍ୱାମୀ, କେନ୍ଦୁଝରଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ,ଶ୍ରୀମତୀ ରଞ୍ଜିତା ଦାଶ, ଜିଲ୍ଲା ସଂଯୋଜିକା- ଅଦ୍ୱିକା ସେଂଟର ଅଫ୍ ଏକ୍ସଲେନ୍ସ, ଶ୍ରୀ ଅଜିତ କୁମାର ମହାନ୍ତି, ଜିଲ୍ଲା ସଂଯୋଜକ(ପୋଷଣ), ଏହା ସହିତ ବିଭିନ୍ନ ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ପ୍ରତିନିଧି ଏବଂ ବିଭାଗୀୟ କର୍ମଚାରୀମାନେ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande