ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜିଲ୍ଲା ସ୍ତରୀୟ ଖରିଫ୍ ୨୦୨୬ ଋତୁ ପାଇଁ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏଲ୍ଡିଏ
ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ।


କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜିଲ୍ଲା ସ୍ତରୀୟ ଖରିଫ୍ ୨୦୨୬ ଋତୁ ପାଇଁ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏଲ୍ଡିଏମ୍ ରମାକାନ୍ତ ମାଝି, ଡି.ଆର୍.ସି.ଏସ୍ ପ୍ରଭାକର ନାୟକ, ଏ.ଆର୍.ସି.ଏସ୍ ଯୋଗେନ୍ଦ୍ର ନାଥ ବିଶ୍ୱାଳ, ଏଡିଓ ମାର୍ଶାଘାଇ କେନ୍ଦ୍ରାପଡ଼ା ମାନସୀ ମଧୁଭାସିନୀ ଖସାୟତ, ପଟ୍ଟାମୁଣ୍ଡାଇର ସନ୍ଧ୍ୟାରାଣୀ ଦାସ ପ୍ରମୁଖ ଉପସ୍ଥିତ ରହି ଏଥିସହିତ ଜିଲ୍ଲାର ୯ଗୋଟି ବ୍ଲକର କୃଷି ଅଧିକାରୀମାନେ ଯୋଗଦେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିବା ପାଇଁ ନିଯୁକ୍ତି ପାଇଥିବା କମ୍ପାନୀ ଏ.ଆଇ.ସି. ଦ୍ୱାରା ଏହି ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ୨୦୨୬ ମସିହା ଧାନ ଚାଷ ପାଇଁ ପ୍ଲଟ ପିଛା ମାତ୍ର ୧ଟଙ୍କାରେ ଫସଲ ବୀମା କରିବା ପାଇଁ ସମସ୍ତ ଚାଷୀମାନଙ୍କୁ ସଚେତନ କରାଯିବ ଏବଂ ୯ ଗୋଟି ବ୍ଲକରେ ଥିବା ଜନସେବା କେନ୍ଦ୍ର ମାଧ୍ୟମରେ ଏବଂ କୃଷି କାର୍ଯ୍ୟାଳୟରେ ଏଆଇସି ବୀମା କମ୍ପାନୀ ଦ୍ୱାରା ନିଯୁକ୍ତ ଥିବା ଅଧିକାରୀମାନଙ୍କ ସହିତ ଜିଲ୍ଲାର ସମସ୍ତ ଚାଷୀମାନେ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଫସଲ ବୀମା କରିବା ପାଇଁ ସ୍ଥିରୀକୃତ ହୋଇଅଛି। ଏଥିନିମନ୍ତେ ଜିଲ୍ଲାର ସମସ୍ତ ଚାଷୀମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ୯ଗୋଟି ବ୍ଲକର ପଂଚାୟତଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ଏହି ବୈଠକରେ ସ୍ଥିର କରାଯାଇଛି। ଏଥିସହିତ ଚାଷୀମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ସମ୍ବେଦନଶୀଳ ସ୍ଥାନମାନଙ୍କରେ ପ୍ରତି ବ୍ଲକରେ ହୋଡିଂ, ବ୍ୟାନର ଲଗାଯିବ। ଏବଂ କୃଷି ବିଭାଗ ତରଫରୁ ସମସ୍ତ ଚାଷୀମାନଙ୍କୁ ଅନୁରୋଧ କରାଯାଉଛି ଯେ ଏହି ବୀମା ଯୋଜନାରେ ସାମିଲ୍ ହୋଇ(ପଞ୍ଜିକୃତ ହୋଇ) ଚାଷରେ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ହେବାକୁ ଥିବା କ୍ଷତିରୁ ଭରଣା ପାଇଁ ସମସ୍ତେ ଏହି ବୀମା ଯୋଜନାରେ ସମ୍ପୃକ୍ତ ହେବାକୁ ଅନୁରୋଧ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande