




୧୯ ବର୍ଷରୁ କମ୍ ଫାଇନାଲରେ ବିଜୟ ଗୁଡିଆ ଓ ଶ୍ରୀୟାଂଶ କେଜ୍ରିୱାଲ ୬୫ ବର୍ଷ ସିଙ୍ଗଲ୍ସରେ ଗୋପାଳ ପଣ୍ଡା ଓ ସନାତନ ହାତୀ ୧୫ ବର୍ଷ ବାଳିକା ଫାଇନାଲରେ ରିଚା ଅଗ୍ରୱାଲ ଓ ଆଲିସା ସାହୁ
ବଲାଙ୍ଗୀର, ୨୧ ଜୁଲାଇ(ହି.ସ.) – ଜିଲ୍ଲା ବ୍ୟାଡ ମିଂଟନ ସଂଘ ବଲାଙ୍ଗୀର ଆନୁକୂଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଂଟନ ଚମ୍ପିୟାନସିପ୍ ଆଜି ତୃତୀୟ ଦିନର ଖେଳରେ ପ୍ରାୟତ ସମସ୍ତ ବିଭାଗର ଫାଇନାଲ ଲାଇନଅପ୍ ଚୁଡ଼ାନ୍ତ ହୋଇଯିବ। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା ପ୍ରତିଯୋଗିତାରେ ୧୯ ବର୍ଷରୁ କମ୍ ବାଳକ ଫାଇନାଲରେ ବିଜୟ ଗୁଡିଆଙ୍କ ସହ ଶ୍ରୀୟାଂଶ କେଜ୍ରିୱାଲ ଫାଇନାଲ ମୁକାବିଲା ହେବ। ୬୫ ବର୍ଷ ଫାଇନାଲରେ ଗୋପାଳ ପଣ୍ଡା ଓ ସନାତନ ହାତୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ୧୫ ବର୍ଷ ବାଳିକା ଫାଇନାଲରେ ରିଚା ଅଗ୍ରୱାଲ ଆଲିସା ସାହୁଙ୍କୁ ଭେଟିବେ। ବରିଷ୍ଠ ବର୍ଗ ପୁରୁଷ ଡବଲ୍ସରେ ପିୟୁଷ ନାଗ ସାଥୀ ବିନୀତ ନାଏକ ଓ ନିଖିଲ ସୁନା ସାଥୀ ହିମାଂଶୁ ହାତୀଙ୍କ ସହ ଅନୁଷ୍ଠିତ ହେବ। ୬୦ବର୍ଷ ଭେଟରାନ ଡବଲ୍ସରେ ଡା.ବେଣୁଧର ପାଣ୍ଡେ ସାଥୀ ପ୍ରଦୀପ ସାହୁ ଓ ଗୋପାଳ ପଣ୍ଡା ସାଥୀ ସନାତନ ହାତୀଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ୫୦ ବୟସ ବର୍ଗ ସିଙ୍ଗିଲ୍ସ ଫାଇନାଲରେ ସଂଗ୍ରାମ ବେହେରାଙ୍କ ସହ ଡା. ଦିପକ ବାରିକଙ୍କ ମଧ୍ୟରେ ମୁକାବିଲା ହେବ। ୫୫ ବର୍ଷ ବର୍ଗରେ ଡବଲ୍ସ ଖେଳାଳି ଡା. ବେଣୁଧର ପାଣ୍ଡେ ଓ ଘନଶ୍ୟାମ ମିଶ୍ର ଭେଟରାନ ଖେଳାଳି ସଂଗ୍ରାମ ବେହେରା ଓ ଡା. ଦିପକ ବାରିକଙ୍କୁ ଭେଟିବେ। ୩୫ ବର୍ଷ ବର୍ଗରେ ଥବିର ସାହୁ ଓ ଶିବୁନ ରଥଙ୍କ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବର୍ତମାନ ଲେବଲ-୩ ୟନେକ୍ସ ସନ୍ରାଇଜ ଜିଲ୍ଲା ବ୍ୟାଡ ମିଂଟନ ପ୍ରତିଯୋଗିତା ନୂଆକରି ବ୍ୟାଡମିଂଟନ ଖେଳୁଥିବା ସ୍କୁଲ ଖେଳାଳିମାନଙ୍କ ମଧ୍ୟରେ ଅନୁଷ୍ଠିତ ହେଉଛି ଆଜି ତାହାର ଫାଇନାଲ ଖେଳ ମଧ୍ୟ ଅନୁଷ୍ଠିତ ହେବ। ଏହି ଖେଳର ଉଦ୍ଦେଶ୍ୟ ହେଲା କେବେ ବ୍ୟାଡ ମିଂଟନ ଖେଳି ନଥିବା ଖେଳାଳିଙ୍କ ମଧ୍ୟରେ ଏହି ଖେଳ ପ୍ରତି ଉତ୍ସାହ ସୃଷ୍ଟି କରିବ। ଜିଲ୍ଲା ବ୍ୟାଡ ମିଂଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଉଥିବା ଏହି ପ୍ରତିଯୋଗିତା ପରିଚାଳନା ପାଇଁ ଜାତୀୟ ତଥା ରାଜ୍ୟ ସଂଘ ଦ୍ୱାରା ସ୍ୱିକୃତିପ୍ରାପ୍ତ ରେଫରିମାନେ ନିଯୁକ୍ତ ହୋଇଛନ୍ତି। ଖେଳର ସୁପରିଚାଳନା ପାଇଁ ଅନ୍ୟମାନଙ୍କ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଯୁଗ୍ମ ସଂପାଦକ ମାନସ ମହାନ୍ତି, ବରିଷ୍ଠ ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଅନନ୍ତ ବେହେରା ପ୍ରମୁଖ ବିଭିନ୍ନ ବିଭାଗର ଦାୟିତ୍ୱରେ ଅଛନ୍ତି। ମୁଖ୍ୟ ରେଫରି ଭାବେ ଜାତୀୟ ଗ୍ରେଡ-୨ ରେଫରି ହେମନ୍ତ ପ୍ରଧାନ ଏବଂ ଡେପୁଟି ରେଫରି ଭାବେ ଚନ୍ଦ୍ରଶେଖର ମିଶ୍ର ନିଯୁକ୍ତ ହୋଇଛନ୍ତି। ସଟଲ କଂଟ୍ରୋଲ ଭାବେ କାସିମ ଇକ୍ୱାଲ, ପ୍ରକାଶ ସାହୁ, ରେଶନ ଜୈନ, ଆଶିଷ ଦର୍ଜୀ, ଫିଜିଓ ତଥା ଫାଷ୍ଟଏଡ୍ ବିଶେଷଜ୍ଞ ଭାବେ ରାମ ନାରାୟଣ ଦାଶ, ପ୍ରକାଶ ଛନ୍ଦ, ରଶ୍ମିରାଣୀ ଦାଶ ଯୋଗଦାନ କରିଛନ୍ତି। ୨୨ ତାରିଖ ପୂର୍ବାହ୍ନରୁ ସମସ୍ତ ବିଭାଗର ଫାଇନାଲ ପ୍ରତିଯୋଗିତା ଆରମ୍ଭ ହୋଇଯିବ ବୋଲି ଜିଲ୍ଲା ବ୍ୟାଡମିଂଟନ ସଂଘର ସାଧାରଣ ସଂପାଦକ ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ