ବ୍ରଜରାଜନଗର ପୌରାଞ୍ଚଳରେ ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ; 'ନୋ-ମ୍ୟାପିଂ' ମାମଲାର ଶୁଣାଣି
Hearing on no maping in Brajrajnagar constituency
Hearing on no maping


ଝାରସୁଗୁଡ଼ା, ୨୧ ଜୁଲାଇ (ହି.ସ.)- ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ 'ନୋ-ମ୍ୟାପିଂ' କେସ୍ ଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶୁଣାଣି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ଏହି ବିଶେଷ ଶୁଣାଣି ସମ୍ପାଦନ କରାଯାଇଛି।

ଏହି ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବୁଥ୍ ର ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ସମ୍ପୃକ୍ତ 'ନୋ-ମ୍ୟାପିଂ' ଭୋଟରମାନେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିଥିଲେ। ଭୋଟର ତାଲିକାରେ ସଠିକ୍ ଘର ନମ୍ବର କିମ୍ବା ବୁଥ୍ ସହିତ ସଂଯୋଗ ହୋଇନଥିବା ଭୋଟରମାନଙ୍କ ନଥିପତ୍ର ଓ ଆବଶ୍ୟକୀୟ ପ୍ରମାଣପତ୍ରର ଯାଞ୍ଚ କରାଯାଇଥିଲା। ସମସ୍ତ ଭୋଟରଙ୍କ ଦାବି ଓ ଅଭିଯୋଗକୁ ଶୁଣାଯାଇ ତୁରନ୍ତ ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଇ.ଓ. ତଥା ଏ.ଇ.ଆର.ଓ. ଚନ୍ଦ୍ରମଣି ସ୍ୱାଇଁ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande