ସ୍ୱାଧୀନତାର ୮୦ ବର୍ଷରେ ଆମ ବସ୍ ସେବା କାହା ପାଇଁ
ଖୋର୍ଦ୍ଧା,, ୨୧ ଜୁଲାଇ (ହି.ସ.) ସ୍ୱାଧୀନତାର ୮୦ ବର୍ଷ କଟିଗଲାଣି। ରାଜଧାନୀର ନିକଟ ସମ୍ପର୍କୀୟ ନୂଆ ଗାଁ, ନାଥପୁର, ଇତିପୁର, ଟିକରପଡା, ଶୁଆବରୀ, ଅର୍ଜୁନଗଦା, ଓପର ଗାଁ, ତଳସାହି, ଡିହସାହି, ରଘୁନାଥପୁର, ବିନ୍ଧା, ବାଲିକୁଦା, ଦକ୍ଷିଣ ନୂଆଗାଁ ଓ ପିପିଲି ଆଦି ଗ୍ରାମାଂଚଳକୁ ଏ ପର୍ଯ୍ୟନ୍ତ ଆମ ବସ୍,
ସ୍ୱାଧୀନତାର ୮୦ ବର୍ଷରେ ଆମ ବସ୍ ସେବା କାହା ପାଇଁ


ଖୋର୍ଦ୍ଧା,, ୨୧ ଜୁଲାଇ (ହି.ସ.) ସ୍ୱାଧୀନତାର ୮୦ ବର୍ଷ କଟିଗଲାଣି। ରାଜଧାନୀର ନିକଟ ସମ୍ପର୍କୀୟ ନୂଆ ଗାଁ, ନାଥପୁର, ଇତିପୁର, ଟିକରପଡା, ଶୁଆବରୀ, ଅର୍ଜୁନଗଦା, ଓପର ଗାଁ, ତଳସାହି, ଡିହସାହି, ରଘୁନାଥପୁର, ବିନ୍ଧା, ବାଲିକୁଦା, ଦକ୍ଷିଣ ନୂଆଗାଁ ଓ ପିପିଲି ଆଦି ଗ୍ରାମାଂଚଳକୁ ଏ ପର୍ଯ୍ୟନ୍ତ ଆମ ବସ୍, ସରକାରୀ ବସ୍ ଓ ବେସରକାରୀ ବସ୍ ଅଦ୍ୟାବଧି ଯାତାୟାତ କରୁନାହିଁ। ଫଳରେ, ଗ୍ରାମାଂଚଳ ଲୋକେ ଯାତାୟାତରୁ ବଂଚିତ ହେଉଛନ୍ତି। ନିଜ ଖର୍ଚ୍ଚରେ ବ୍ୟକ୍ତି ବିଶେଷ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି। ଅନ୍ୟ ପଟେ, ହଜାର ହଜାର ଦୁଖିରଙ୍କି ଇଛା ଥିଲେ ମଧ୍ୟ ଲିଙ୍ଗରାଜ ମନ୍ଦିର ହେଉ କିମ୍ବା ହାଟ ବାଟ ହେଉ, ଅର୍ଥ ଅଭାବରୁ ଏଥିରୁ ବଂଚିତ ହେଉଛନ୍ତି। ମୁହଁ ମାଡି ସେହି ଅଂଚଳରେ ପଡି ରହିଛନ୍ତି। ଏହାର ପ୍ରତିକାର ନିମନ୍ତେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ବାରମ୍ୱାର ଧାରଣା, ରାଲି କରାଯାଇ କ୍ରୁଟ୍ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରୁଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ।ଏପରିକି ଛାତ୍ରମାନେ ସ୍କୁଲ କଲେଜ ଯିବା ଆସିବା କରିବା ଓ ପନିପରିବା ହାଟକୁ ନେବା, ବୟସ୍କ ଲୋକ ଚିକିତ୍ସା ସୁବିଧା ପାଇଁ ଡାକ୍ତରଖାନା ଯିବା ସମ୍ଭବ ହୋଇପାରୁନାହିଁ। ତେଣୁ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଶ୍ରୀ ମିଶ୍ରଙ୍କ ସମେତ ତାରା ଚରଣ ଆଚାର୍ଯ୍ୟ, ଅଶୋକ କୁମାର ମହାରଣା, ଗିରିଜା ଶଙ୍କର ମହାପାତ୍ର, ଉଲ୍ଲାସ ମହାପାତ୍ର, କାଳନ୍ଦୀ ଭୋଇ , ସୁକାନ୍ତ ଭୋଇ ପ୍ରମୁଖ ଦାବି କରିଛନ୍ତି।

----------------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande