ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ୍ ଓ ସାଇବର ସୁରକ୍ଷା ଉପରେ ସଚେତନତା ଶିବିର
ବଲାଙ୍ଗୀର, ୨୧ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପଥରଚେପା ଠାରେ ଅବସ୍ଥିତ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ତରଫରୁ କିଶୋର ନ୍ୟାୟ ଆଇନ୍ ଓ ସାଇବର ସୁରକ୍ଷା ଉପରେ ଶିଶୁ ଓ ଅଭିଭାବକମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ୍ ଓ ସାଇବର ସୁରକ୍ଷା ଉପରେ  ସଚେତନତା ଶିବିର।


ବଲାଙ୍ଗୀର, ୨୧ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପଥରଚେପା ଠାରେ ଅବସ୍ଥିତ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ତରଫରୁ କିଶୋର ନ୍ୟାୟ ଆଇନ୍ ଓ ସାଇବର ସୁରକ୍ଷା ଉପରେ ଶିଶୁ ଓ ଅଭିଭାବକମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଙ୍କ ଅଧ୍ୟକ୍ଷତାରେ ସଚେତନତା ଅଭିଯାନ ଆରମ୍ଭକରାଯାଇଛି। କାର୍ଯକ୍ରମରେ ଶିକ୍ଷକ ବିକ୍ରମ ଭୁଏ ସମସ୍ତଙ୍କୁ ସ୍ୱାଗତ ଜଣାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ଅରୁଣ ଖୁଆସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କିଶୋର ନ୍ୟାୟ ଆଇନ୍, ବାଲ୍ୟ ବିବାହ ନିଷେଧ ଆଇନ, ଶିଶୁ ଶ୍ରମିକ ଆଇନ୍, ଲିଙ୍ଗ ନିରୂପଣ ଆଇନ୍ ଉପରେ ଜଣାଇଥିଲେ। ମୁଖ୍ୟତଃ ବର୍ତମାନ ପରିସ୍ଥିତିରେ ସାଇବର୍ ସୁରକ୍ଷା ପାଇଁ ରଖିବା, ଅନ୍ୟାନ୍ୟ ଅଜଣା ଲିଙ୍କ୍ କୁ କ୍ଲିକ୍ ନ କରିବା, ସାଇବର୍ ବୁଲିଂ ଅର୍ଥାତ୍ ଭୟଭୀତ କରୁଥିବା ବିଷୟ ଜଣାଇବା ଏବଂ ସରକାରୀ ସହାୟତା ନମ୍ୱର୍ ୧୯୩୦କୁ ତୁରନ୍ତ ଜଣାଇବାପାଇଁ ବୁଝାଇ କହିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତୀ କହିଲେ ଶିଶୁମାନେ ଶିକ୍ଷା ପ୍ରତି ଆଗ୍ରହ ହୋଇ ବୈଷୟିକ, ସେଲ୍ଫ ଫାଇନାନ୍ସ, ପିପିପି ମୋଡ, ବୃତିଭିତିକ ଶିକ୍ଷା ରେ ନିଯୁକ୍ତି ସୁଯୋଗ ଥିବାରୁ ଅନୁସରଣ କରିବାକୁ ପ୍ରବର୍ତାଇଥିଲେ। କୌଣସି ଅନଲାଇନ ତଥା ଫେସବୁକ୍, ଇନଷ୍ଟାଗ୍ରାମ, ୱାଟସେପ୍, ୟୁଟ୍ୟୁବ ଭିଡିଓ, ମେସେଜର ଭଲ ଦିଗଗୁଡ଼ିକୁ ଅନୁସରଣ କରି ଭୁଲ ଦିଗକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ ଉପସ୍ଥିତ ଥିଲେ। ଏହି କାର୍ଯକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଶିକ୍ଷକ ଗୀତାଞ୍ଜଳି ମେହେର, ସୀମାଂଚଳ ସାହୁ, ନରୋତମ ପଟେଲ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ହରିବନ୍ଧୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯକ୍ରମ ଶେଷ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande