
ଭୁବନେଶ୍ୱର, ୨୧ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୦ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ପୁରୀ ଜିଲ୍ଲାର କାକଟପୁରରେ ସର୍ବାଧିକ ୧୦୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଝାରସୁଗୁଡ଼ା ଜିଲ୍ଲାର ଦେଓଗାଁରେ ୧୦୦.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୯୭.୦ ମି.ମି., କୁତ୍ରାରେ ୯୫.୦ ମି.ମି., ଭଦ୍ରକ ଜିଲ୍ଲାର ଆଖୁଆପଦାରେ ୭୮.୮ ମି.ମି., ସମ୍ବଲପୁର ଜିଲ୍ଲାର ଯମନକିରାରେ ୭୩.୪ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ୭୨.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୭୨.୨ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ୬୭.୨ ମି.ମି., ବାଲେଶ୍ୱର ଜିଲ୍ଲାର ନିଳଗିରିରେ ୬୫.୦ ମି.ମି., ଅନୁଗୁଳ ଜିଲ୍ଲାର ପାଲଲହଡାରେ ୬୨.୪ ମି.ମି., ବଲାଙ୍ଗିର ଜିଲ୍ଲାର ଗୁଡଭେଲାରେ ୬୧.୦ ମି.ମି. ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ୬୦.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ