ରାସ୍ତା ଖୋଲି ଛାଡିଦେଇଛି ଜଳଯୋଗାଣ ବିଭାଗ, ଦୁର୍ଦଶା ଭୋଗୁଛନ୍ତି ଗ୍ରାମବାସୀ
ବଲାଙ୍ଗିର, 21 ଜୁଲାଇ (ହି.ସ.) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ବୁଢ଼ୀପଦର ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ର ମନ୍ଥର କାର୍ଯ୍ୟ ପାଇଁ ଗ୍ରାମବାସୀ ନାହିଁନଥିବା ହଇରାଣ ହେଉଛନ୍ତି!୨୦୨୪ ମସିହା ରୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ସମୟ ବିତିଯାଇଥିଲେ ସୁର୍ଦ୍
ରାସ୍ତା ଖୋଲି ଛାଡିଦେଇଛି ଜଳଯୋଗାଣ ବିଭାଗ, ଦୁର୍ଦଶା ଭୋଗୁଛନ୍ତି ଗ୍ରାମବାସୀ


ବଲାଙ୍ଗିର, 21 ଜୁଲାଇ (ହି.ସ.) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ବୁଢ଼ୀପଦର ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ର ମନ୍ଥର କାର୍ଯ୍ୟ ପାଇଁ ଗ୍ରାମବାସୀ ନାହିଁନଥିବା ହଇରାଣ ହେଉଛନ୍ତି!୨୦୨୪ ମସିହା ରୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ସମୟ ବିତିଯାଇଥିଲେ ସୁର୍ଦ୍ଧା କାମ ସମ୍ପୂର୍ଣ ହୋଇନାହିଁ! ଘର କୁ ଘର ପାଇପ ସଂଯୋଗ ପାଇଁ ଗ୍ରାମର କଂକ୍ରିଟ ରାସ୍ତା କୁ ଖୋଲି ଦିଆଯାଇଛି! ତାହାକୁ ପୁନର୍ବାର କଂକ୍ରିଟ କରାଯାଇନଥିବାରୁ ଗ୍ରାମବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି!ବର୍ଷା ଦିନରେ ଗାତରେ ପାଣି ଜମି କାଦୁଅ ପଚ ପଚ ହେଉଥିବାରୁ ରାସ୍ତାରେ ଯାତାୟାତ କରିବା ବହୁ କଷ୍ଟକର ହୋଇପଡିଛି!ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ ଓ ମହିଳା ମାନେ ପ୍ରତିଦିନ ସମସ୍ୟା ର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି!ଏନେଇଁ ଗ୍ରାମବାସୀ ଠିକାଦାର ଙ୍କୁ ଏକାଧିକ ଥର ଅଭିଯୋଗ କରିଥିଲେ ମଧ୍ୟ୍ୟ କଂକ୍ରିଟ କାମ ଶୀଘ୍ର ସାରିଦେବାର ପ୍ରତିଶୃତି ଛଡା କୌଣସି ପଦକ୍ଷ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି!ଫଳରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର କାର୍ଯ୍ୟ ପ୍ରତି ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି!ତୁରନ୍ତ ଅସମ୍ପୂର୍ଣ କାମ ଶେଷ କରି ଖୋଲା ଯାଇଥିବା ରାସ୍ତାକୁ ପୂର୍ବ ଭଳି କଂକ୍ରିଟ କରିବାକୁ ଗ୍ରାମବାସୀ ପ୍ରଶାସନ ଓ ସମ୍ପୂକ୍ତ ବିଭାଗ ନିକଟରେ ଦାବି କରିଛନ୍ତି!

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande