ଶ୍ରୀ ବଳଦେବଜୀୟୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀୟୁଙ୍କ ପବିତ୍ର ବାହୁଡ଼ା ରଥଯାତ୍ରା ନିମନ୍ତେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଶ୍ରୀଜୀୟୁଙ୍କ ଯାତ୍ରୀ ନିବାସ ସଭାଗୃହରେ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ
ଶ୍ରୀ ବଳଦେବଜୀୟୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀୟୁଙ୍କ ପବିତ୍ର ବାହୁଡ଼ା ରଥଯାତ୍ରା ନିମନ୍ତେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଶ୍ରୀଜୀୟୁଙ୍କ ଯାତ୍ରୀ ନିବାସ ସଭାଗୃହରେ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଆସନ୍ତା ୨୪ ଓ ୨୫ ତାରିଖରେ ପବିତ୍ର ବାହୁଡ଼ା ଯାତ୍ରା ଓ ୨୬ତାରିଖରେ ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମକୁ କିପରି ଶାନ୍ତି ଶୃଙ୍ଖଳା ସହ ସମାପାନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଓ ସବିଶେଷ ଆଲୋଚନା କରାଯାଇଥିଲା ଏବଂ ସେହିଦିନମାନଙ୍କରେ ଶୃଙ୍ଖଳିତ ନୀତିକାନ୍ତି ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପ ଜିଲ୍ଲାପାଳ ଅରୁଣ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ଡିଆଇବି ଡିଏସ୍ପି ଲକ୍ଷ୍ମୀନାରାୟଣ ତିୱାରୀ, ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଇନିସ୍ପେକ୍ଟର ପ୍ରଶାନ୍ତ କୁମାର ରଣସିଂ, ଟ୍ରଷ୍ଟ ବୋର୍ଡ଼ ସଭ୍ୟ ପୌର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ପଣ୍ଡିତ ହୃଷିକେଶ ରଥ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଦେବୋତର ସଂସ୍ଥା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ରଘୁନାଥ ମହାରଣା, ରଥ ପରିଚାଳନା କମିଟି ସଭ୍ୟ ଅନନ୍ତ ଚରଣ କର, ଅକ୍ଷୟ ମେକାପ, ଭିକାରୀ ମହାନ୍ତି, ଅମିତାଭ ସୁଆର, ସନ୍ତୋଷ ସାହୁ, ରାଜେନ୍ଦ୍ର ପତି, ଲକ୍ଷ୍ମୀକାନ୍ତ ସାହୁ, କ୍ଷୀତିଶ ରୋସନ ସିଂ, ଅରବିନ୍ଦ ସାହୁ, ଟୁକୁ ପତ୍ରୀ, ଅବିନାଶ ବ୍ରହ୍ମଚାରୀ, ସିଲୁ ପ୍ରସାଦ ମହାରଣା, ବଳରାମ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande