ଲଖନପୁରରେ ସର୍ବାଧିକ ୭୨.୪ ମି.ମି. ବର୍ଷା, ଜିଲ୍ଲାରେ ହାରାହାରି ୨୯.୫ ମି.ମି.
Rainfall record in Jharsuguda district
ଲଖନପୁରରେ ସର୍ବାଧିକ ୭୨.୪ ମି.ମି. ବର୍ଷା, ଜିଲ୍ଲାରେ ହାରାହାରି ୨୯.୫ ମି.ମି.


ଝାରସୁଗୁଡ଼ା, ୨୧ ଜୁଲାଇ (ହି.ସ.)- ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଉଲ୍ଲେଖନୀୟ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାରେ ସର୍ବାଧିକ ୭୨.୪ ମିଲିମିଟର ବର୍ଷା ଲଖନପୁର ବ୍ଲକରେ ହୋଇଥିବା ବେଳେ ଝାରସୁଗୁଡ଼ା ସଦରରେ ୩୮.୨ ମିଲିମିଟର, କୋଲାବିରାରେ ୧୮.୨ ମିଲିମିଟର, ଲଇକେରାରେ ୧୦.୪ ମିଲିମିଟର ଏବଂ କିର୍ମିରାରେ ୮.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଜିଲ୍ଲାରେ ମୋଟ ୧୪୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ, ହାରାହାରି ବର୍ଷା ପରିମାଣ ୨୯.୫ ମିଲିମିଟର ରହିଛି।

ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ଡିଇଓସି), ଝାରସୁଗୁଡ଼ା ପକ୍ଷରୁ ପ୍ରକାଶିତ ସୂଚନାରେ ଏହି ବର୍ଷା ପରିସଂଖ୍ୟାନ ଜାରି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande