ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ମହମବତୀ ପ୍ରଜ୍ୱଳନ ରାଲି
ଭଦ୍ରକ, ୨୧ ଜୁଲାଇ (ହି.ସ.) - ଶିକ୍ଷା କେବଳ ପାଠପଢ଼ାର ମାଧ୍ୟମ ନୁହେଁ, ବରଂ ଏକ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣର ଭିତି। ସେହି ଭିତି ଯେତେବେଳେ ପ୍ରଶ୍ନବିଦ୍ଧ ହୁଏ, ସେତେବେଳେ ପ୍ରତିବାଦ ମଧ୍ୟ ଏକ ସାମାଜିକ ଦାୟିତ୍ୱରେ ପରିଣତ ହୁଏ। ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ ଛାତ୍ରସଂଘ ଭଦ୍ରକ ଜିଲ୍ଲା ପରିଷଦ ପ
SONAM WANGCHUK MAHAMABATI RALLY


ଭଦ୍ରକ, ୨୧ ଜୁଲାଇ (ହି.ସ.) - ଶିକ୍ଷା କେବଳ ପାଠପଢ଼ାର ମାଧ୍ୟମ ନୁହେଁ, ବରଂ ଏକ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣର ଭିତି। ସେହି ଭିତି ଯେତେବେଳେ ପ୍ରଶ୍ନବିଦ୍ଧ ହୁଏ, ସେତେବେଳେ ପ୍ରତିବାଦ ମଧ୍ୟ ଏକ ସାମାଜିକ ଦାୟିତ୍ୱରେ ପରିଣତ ହୁଏ। ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ ଛାତ୍ରସଂଘ ଭଦ୍ରକ ଜିଲ୍ଲା ପରିଷଦ ପକ୍ଷରୁ ଚାନ୍ଦବାଲି ମଧୁବାବୁ ଛକଠାରେ ବିଶିଷ୍ଟ ବୈଜ୍ଞାନିକ ଓ ଶିକ୍ଷାବିତ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଏକ ମହମବତୀ ପ୍ରଜ୍ୱଳନ ରାଲି ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପକ୍ଷରୁ କୁହାଯାଇଛି ଯେ, ନିଟ୍-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା, ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଦେଶବ୍ୟାପୀ ଉଦ୍ୱେଗ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ସୋନମ ୱାଙ୍ଗଚୁକ ଦିଲ୍ଲୀର ଯନ୍ତ୍ରମନ୍ତର ଠାରେ ଅନଶନରେ ବସି ନୂତନ ଜାତୀୟ ଶିକ୍ଷାନୀତି ପ୍ରତ୍ୟାହାର, ଜାତୀୟ ପରୀକ୍ଷା ସଂସ୍ଥା କୁ ବନ୍ଦ କରି ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତା ଆଣିବା ଏବଂ ଶିକ୍ଷାମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ନିର୍ଦ୍ଧାରଣ ଭଳି ଦାବି ଉଠାଇଥିଲେ।ସଂଗଠନ ଆହୁରି ଅଭିଯୋଗ କରିଛି ଯେ, ଅନଶନ ଚାଲିଥିବା ସମୟରେ ଦିଲ୍ଲୀ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ବଳପୂର୍ବକ ଉଠାଇ ନେଇଥିବା ସହ ପ୍ରତିବାଦ କରୁଥିବା ନିରସ୍ତ୍ର ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏହାର ପ୍ରତିବାଦରେ ଜିଲ୍ଲା ସଭାପତି ମନୋରଞ୍ଜନ ରାଉତଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ଛାତ୍ରନେତାମାନେ ଏହାକୁ ଗଣତାନ୍ତ୍ରିକ ଅଧିକାର ଉପରେ ଆଘାତ ବୋଲି ବର୍ଣ୍ଣନା କରିଥିଲେ।ପରେ ମହମବତୀ ପ୍ରଜ୍ୱଳନ ରାଲିରେ ଛାତ୍ରଛାତ୍ରୀ ଓ ଯୁବକ ସାମିଲ ହୋଇ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ଅଧିକାର ସୁରକ୍ଷା ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶୁଭେନ୍ଦୁ ପ୍ରତାପ ବିଶ୍ୱାଳ, ଅଭିଷେକ ପଣ୍ଡା, ଦୀପକ ନାଥ, ଅଜୟ ବେହେରା, ଅଭିଷେକ ମହାନ୍ତି, ଲିପୁନ ବାରିକ, ଶମ୍ଭୁନାଥ ସେଠୀ, ଅମୀୟ ପରିଡ଼ା, ଅଭିଷେକ ବେହେରା, କଳ୍ପତରୁ ଦାସଙ୍କ ସମେତ ବହୁ ଛାତ୍ରନେତା ଉପସ୍ଥିତ ଥିଲେ।ପ୍ରତିବାଦକାରୀମାନେ କହିଥିଲେ ଯେ, ଶିକ୍ଷାକୁ ବିବାଦ ଓ ଅବ୍ୟବସ୍ଥାରୁ ମୁକ୍ତ କରି ସ୍ୱଚ୍ଛ, ନିରପେକ୍ଷ ଓ ଛାତ୍ରକୈନ୍ଦ୍ରିକ ବ୍ୟବସ୍ଥା ଗଢ଼ି ତୋଳିବା ସମୟର ଆବଶ୍ୟକତା। ଏହି ଦାବିଗୁଡ଼ିକ ଉପରେ ସରକାର ଶୀଘ୍ର ପଦକ୍ଷେପ ନେବାକୁ ସେମାନେ ଆହ୍ୱାନ ଜଣାଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande