
ଭୁବନ, ୨୧ ଜୁଲାଇ(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ(ବି)ଗ୍ରାମ ପଂଚାୟତ କଂସରଗୋଡ଼ା ଗ୍ରାମର ଶତାୟୁ ବ୍ୟକ୍ତି ଗଦାଧର ଦାସ(୧୦୧)ଙ୍କ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପାଂଚ ପୁଅ, ବୋହୂ, ନାତି ନାତୁଣୀ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ୱର୍ଗତ ଗଦାଧର ବାବୁ ପୁରାଣ, ରାମାୟଣ ଓ ବେଦ ଶାସ୍ତ୍ରରେ ନିପୁଣ ଥିଲେ। ସେ ଜଣେ ବିଶିଷ୍ଟ ସମାଜସେବୀ, ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ