ଜିଲ୍ଲାସାରା ବୁଲିବ ଚାଷୀ ସଚେତନତା ରଥ
କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନାରେ ସାମିଲ୍ ହେବାପାଇଁ ଚାଷୀମାନଙ୍କୁ ସଚେତନ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ ରଥକୁ ଜିଲ୍ଲାପାଳ ରଘୁରାମ୍. ଆର୍. ଆୟାର୍ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲ୍ଲିକ, ଜିଲ୍ଲ
ଜିଲ୍ଲାସାରା ବୁଲିବ ଚାଷୀ ସଚେତନତା ରଥ ।


କେନ୍ଦ୍ରାପଡ଼ା, ୨୧ ଜୁଲାଇ(ହି.ସ.) – ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନାରେ ସାମିଲ୍ ହେବାପାଇଁ ଚାଷୀମାନଙ୍କୁ ସଚେତନ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ ରଥକୁ ଜିଲ୍ଲାପାଳ ରଘୁରାମ୍. ଆର୍. ଆୟାର୍ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲ୍ଲିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ସାମଲ, ଡିଆର୍ସିଏସ୍ ପ୍ରଭାକର ନାୟକ, ଏଆର୍ସିଏସ୍ ଯୋଗେନ୍ଦ୍ରନାଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ରଥଟି ଏକ ସପ୍ତାହ ଧରି ବୁଲି ୯ଟି ବ୍ଲକର ସମସ୍ତ ପଂଚାୟତଗୁଡ଼ିକରେ ଚାଷୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟରେ ଚାଷର କ୍ଷୟକ୍ଷତିରୁ ବଂଚିବା ପାଇଁ ଫସଲ ବିମା ଯୋଜନାରେ ପଞ୍ଜିକରଣ କରିବା ପାଇଁ ସଚେତନ କରିବ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର ବରିଷ୍ଠ କିରାଣୀ ଶିବାଷିସ ପତି ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande