
ବଲାଙ୍ଗୀର, ୨୧ ଜୁଲାଇ(ହି.ସ.) – ପୂର୍ବ ଘୋଷଣା ମୁତାବକ ଆଜି ବଲାଙ୍ଗିର ପ୍ରଶାସନ ଲୋୟର ସୁକତେଲ ବିସ୍ଥାପନ ଗ୍ରାମଗୁଡ଼ିକ ମଧ୍ୟରେ ସାମିଲ୍ ଥିବା କୁମିଆପାଲିରେ ପୋଲିସ ବଳ ସହ ପହଂଚିଥିବାବେଳେ କୁମିଆପାଲି ଗ୍ରାମବାସୀ ଜବର୍ଦସ୍ତ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଆଜି ଗାଁ ଛାଡ଼ିବାକୁ ବଲାଙ୍ଗିର ପ୍ରଶାସନ ଗ୍ରାମବାସୀଙ୍କୁ ପୂର୍ବରୁ ନୋଟିସ୍ ଦେଇଥିଲା। କିନ୍ତୁ ବିସ୍ଥାପନ ଦେୟ ପାଇ ନଥିବାରୁ ଗ୍ରାମବାସୀ ଗାଁ ଛାଡ଼ିବାକୁ ନାରାଜ ଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ କୁମିଆପାଲି ଗାଁ ଲୋକେ ଧନୁତୀର ଧରି ପ୍ରଶାସନକୁ ରୋକିବା ପାଇଁ ପ୍ରସ୍ତୁତ ରହିଥିବା ବେଳେ ଅନ୍ୟପଟେ ବଲାଙ୍ଗୀର ପ୍ରଶାସନ ଗାଁର ଘର ଭାଂଗିବା ପାଇଁ ପ୍ରସ୍ତୁତ ହୋଇ ରହିଛି। ଗାଁ ଲୋକେ ନିଜ ଜିଦ୍ରେ ଅଡ଼ି ବସିଛନ୍ତି। ଆମର ଉଚିତ୍ ପ୍ରାପ୍ୟ ନପାଇବା ପର୍ଯ୍ୟନ୍ତ ଆମେ ଗାଁ ଛାଡ଼ିବୁ ନାହିଁ ବୋଲି ମତ ରଖୁଛନ୍ତି ଗାଁ ଲୋକେ। ଅନ୍ୟପକ୍ଷରେ ଲୋୟର୍ ସୁକ୍ତେଲ୍ ଡେମ୍ ପାଣି ଗାଁକୁ ମାଡ଼ି ଆସୁଥିବା କୁହାଯାଉଛି। ଏବେ ଧାରଣାରେ ବସିଛନ୍ତି କୁମିଆପାଲି ଗ୍ରାମବାସୀ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ